ଫୁଲବାଣୀ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0 208

ଫୁଲବାଣୀ,୧୧/୧୨ : ନ୍ୟାୟାଳୟ ମାନଙ୍କରେ ଦୀର୍ଘଦିନଧରି ବିଚାରାଧୀନଥିବା ଓ ପ୍ରାକ୍‌ମକଦ୍ଦମା ସ୍ତରୀୟ ସାମାଧାନ ଯୋଗ୍ୟ ବିଭିନ୍ନ ଛୋଟ ଛୋଟ ମାମଲା ଗୁଡ଼ିକର ଫଇସଲା କରାଯାଇ ବିଚାରାଧିନ ମାମଲା ପରିମାଣ ହ୍ରାସ କରିବା ସହିତ ଏକ ବିକଳ୍ପ ନ୍ୟାୟିକ ପନ୍ଥା ମାଧ୍ୟମରେ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମଧ୍ୟ ଜିଲ୍ଲା ଦୌରା ଜଜ୍‌ ଅଦାଲତରେ ଆଜି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ନ୍ୟାୟିକ ପଦ୍ଧତି ମାଧ୍ୟମରେ ଫଇସଲା ଉଦ୍ଦେଶ୍ୟରେ ଫୌଜଦାରୀ ଓ ଦେୱାନୀ,ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ପାରିବାରିକ ଓ ବୈବାହିକ ବିବାଦ ସମ୍ବନ୍ଧୀୟ ଆଦି ବିଭିନ୍ନ ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଆଗତ କରାଯାଇଥିଲା । ଜିଲ୍ଲା ଜଜ୍‌ ତଥା- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ୪୧ ଗୋଟି ଅର୍ଥ ଅସୁଲି ମାମଲାରେ ୯ଲକ୍ଷ ୯୮ହଜାର ୬୨୦ଟଙ୍କା ଆଦାୟ କରାଯାଇଥିବାବେଳେ ୩୫ ଗୋଟି ଫୌଜଦାରୀ ଓ ଦେୱାନୀ ମାମଲା ଫଇସଲା କରାଯାଇ ୨ଲକ୍ଷ ୭୩ ହଜାର ୩୭୨ ଟଙ୍କା ଆଦାୟ ହୋଇପାରିଛି । ସେହିପରି ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ମାମଲା ଗୁଡ଼ିକ ମଧ୍ୟରୁ ୬୨ଟି ମାମଲାର ବିଚାର କରାଯାଇ ମୋଟ ୩୬ ଲକ୍ଷ ୫୭ ହଜାର ୨୬୬ ଟଙ୍କା ଆଦାୟ ହୋଇପାରିଛି । ସେଥିମଧ୍ୟରୁ ଚେକ୍‌ ବାଉନ୍ସ ମାମଲା ବିଚାର କରାଯାଇ ୩୯ ହଜାର ଟଙ୍କା, ୭ଟି ଅର୍ଥ ଅସୁଲି ମାମଲାରେ ୭ଲକ୍ଷ ୪୨ହଜାର ୨୬୬ ଟଙ୍କା, ୯ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ୨୮ଲକ୍ଷ ୨୫ହଜାର ଟଙ୍କା, ୮ଟି ବୈବାହିକ ବିବାଦ ମାମଲାରେ ୫୦ହଜାର ଟଙ୍କା ଆଦାୟ ହୋଇଛି । ଏତଦ୍‌ ବ୍ୟତିତ ୩୫ ଗୋଟି ଛୋଟ ଛୋଟ ମାମଲା ମଧ୍ୟ ଫଇସଲା ହୋଇଛି ।

hiranchal ad1
Leave A Reply

Your email address will not be published.

2 × four =