ଫୁଲବାଣୀ,୨୬/୧୦- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାଲିସୁଗ୍ରୀ ଗ୍ରାମ ନିକଟ ନାଳ ପାଖ ମାଗାରିବିଲ ଜଙ୍ଗଲରେ ବିନୋଦ ଜାନି ନାମକ ଜଣେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କଲା ଖଜୁରୀପଡ଼ା ପୋଲିସ । ଯାହା ସୂଚନା ରହିଛି ବାଲିସୁଗ୍ରୀ ଗ୍ରାମର ବିନୋଦ ଜାନି ଖୋର୍ଦ୍ଧା ବେଗୁନିଆର ଗୋଟିଏ କୁକୁଡା ଫାର୍ମରେ କାମ କରୁଥିଲେ । ୨୬ ଦିନ ତଳେ ନିଜ ଘରକୁ ଆସୁଥିବାବେଳେ ଲାପତା ହୋଇଥିଲେ । ବିନୋଦ ଘରେ ନପହଁଚିବା ପରେ ମୃତ ବିନୋଦଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ମୃତ ବିନୋଦଙ୍କ କୋଣସି ପତ୍ତା ନମିଳିବା ଯୋଗୁଁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ୨୬ ଦିନ ପରେ ବାଲିସୁଗ୍ରୀ ଗ୍ରାମ ନିକଟ ମାଗାରିବିଲ ଜଙ୍ଗଲରେ ଶବକୁ ପୋତା ହୋଇଥିବା ଖବରପାଇ ଖଜୁରୀପଡ଼ା ପୋଲିସ ଏବଂ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଧାର କରି ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ମୃତ ବିନୋଦଙ୍କ ବାପା ସଦାନନ୍ଦ ଜାନି ପୁଅକୁ ମାରି ପୋତି ଦେଇଥିବା ଅଭିଯୋଗ ଆଣିଛନ୍ତି । ଏହି ଆଧାରରେ ଖଜୁରୀପଡ଼ା ପୋଲିସ ଘଟଣାର ତଦନ୍ତ ଚଳାଇଛି ।