ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ରୋଗୀ ହନ୍ତସନ୍ତ: ବିଜେପିର ସିଡିଏମଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ

0 286

ଫୁଲବାଣୀ,୩/୯ – ଆଜି ବିଜେପି କନ୍ଧମାଳ ପକ୍ଷରୁ ଏକ ତିନି ଦଫା ଦାବିପତ୍ର ସିଡିଏମ କନ୍ଧମାଳଙ୍କୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାରେ ଯେତେ ପରିମାଣରେ ଡାକ୍ତର ରହିବା କଥା, ତାହା ତୁଳନାରେ ବହୁତ ନଗଣ୍ୟ ଅଛନ୍ତି । ବିଶେଷଜ୍ଞଙ୍କ କଥା କହିଲେ ନ ସରେ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ସ୍ପେସିଆଲିଷ୍ଟ ନାହାନ୍ତି କହିଲେ ଚଳେ । ଜିଲ୍ଲାର ଗରିବ ଅଧିବାସୀ ଭୂବନେଶ୍ୱର କିମ୍ବା କଟକଯାଇ ଚିକିତ୍ସିତ ହେବା କଷ୍ଟସାଧ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ଅସ୍ଥି ଶଲ୍ୟ ଓ ମେଡ଼ିସିନ ପରି ଜରୁରୀ ବିଭାଗରେ ଗୋଟିଏ ମଧ୍ୟ ସ୍ପେସିଆଲିଷ୍ଟ ନାହାନ୍ତି । ଅଧିକାଂଶ ସ୍ପେସିଆଲିଷ୍ଟ କନ୍ଧମାଳ ଜିଲ୍ଲାରୁ ଦରମା ନେଉଛନ୍ତି କିନ୍ତୁ ବାହାର ଜିଲ୍ଲାରେ ରହୁଛନ୍ତି । ଜରୁରୀ ପରିସ୍ଥିତିରେ ଯକ୍ଷ୍ମା ରୋଗ ବିଶେଷଜ୍ଞ ମେଡ଼ିସିନ ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ବର୍ତ୍ତମାନ ଶୁଣିବାକୁ ମିଳୁଛି, ଉକ୍ତ ଯକ୍ଷ୍ମା ରୋଗ ବିଶେଷଜ୍ଞ ଅଜିତ କୁମାର ଦଳାଇଙ୍କୁ, ଡେପୁଟେସନରେ ଭୂବନେଶ୍ୱର ପଠାଇ ଦିଆଯାଉଛି । ଏସବୁ ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି, କନ୍ଧମାଳ ଜିଲ୍ଲା ତରଫରୁ ଏକ ପ୍ରତନିଧି ମଣ୍ଡଳ ସ୍ଥାନୀୟ ସିଡିଏମଓଙ୍କୁ ସାକ୍ଷାତ କରି ତିନି ଦଫା ଦାବି ଉପସ୍ଥାପନ କରିଥିଲେ । (୧) ସମସ୍ତ ଡାକ୍ତର ପଦବୀ ପୂରଣ କରାଯାଉ, (୨)କୌଣସି ଡ଼ାକ୍ତରଙ୍କୁ ଡେପୁଟସନରେ ପଠାନଯାଉ ଓ ଡେପୁଟେସନରେ ଯାଇଥିବା ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଫେରାଇ ଅଣାଯାଉ ଏବଂ ଡ. ଅଜିତ ଦଳାଇଙ୍କ ଡେପୁଟେସନ ଆଦେଶ ତୁରନ୍ତ ରଦ୍ଦ କରାଯାଉ । ଉକ୍ତ ପ୍ରତିନିଧି ନେତୃତ୍ୱ ରମେଶ ମହାନ୍ତି (ବନ ଭାଇ), ଲିଙ୍ଗରାଜ ଦଳବେହେରା, ସୁଶାନ୍ତ ମହାନ୍ତି ଓ ଦେବ ନାରାୟଣ ପ୍ରଧାନ ନେଇଥିବା ବେଳେ, ବିଶ୍ୱରଂଜନ ଦାସ, ସନ୍ତୋଷ ପଣ୍ଡା, ଟିକୁ ସାହୁ, ଜିଲୁ ସାହୁ, ରତନ ଚୌଧୁରୀ, ପ୍ରଶାନ୍ତ ପଟ୍ଟନାୟକ, ପ୍ରଶନ୍ନ ସାହୁ, ଭିକି, ଦିଗାମ୍ବର ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଏସବୁ ଦାବିକୁ ନେଇ ଆଗାମୀ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଧାରଣା ଦିଆଯିବ ବୋଲି ଜିଲ୍ଲା ଉପ ସଭାପତି ରମେଶ ମହାନ୍ତି (ବନ ଭାଇ) ସୁଚାଇଥିଲେ ।

hiranchal ad1
Leave A Reply

Your email address will not be published.

four × four =