କୁଇ ଭାଷା ସମିତି ଓ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ମିଳିତ ଅନୁକୁଲ୍ୟରେ ଫୁଲବାଣୀରେ ଦ୍ୱିଭାଷୀ କବି ସମ୍ମିଳନୀ

0 77

ଫୁଲବାଣୀ:କୁଇ ଭାଷା ସମିତି ଓଡିଶା କନ୍ଧମାଳ ଶାଖା ଏବଂ ଫୁଲବାଣୀର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଏକ ଦ୍ୱିଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୁଇ ଭାଷା ସମିତିର ସମ୍ପାଦକ ଡ.ନୀରଦ ଚନ୍ଦ୍ର କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ତଥା ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ତୀର୍ଥ ଜାନୀ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ଥିବା କୁଇ ଭାଷାଭାଷୀ ମାନଙ୍କ ମଧ୍ୟରେ ଏକ ସଚେତନତାର ଆବଶ୍ୟକତା ରହିଛି ଏବଂ କୁଇ ଭାଷାକୁ ବଂଚାଇ ରଖିବାକୁ ଯୁବ ପିଢୀର ଉଦ୍ୟମର ନିତାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦେଶରେ କୁହାଯାଉଥିବା ୨୧ ଟି ଆଦୀମ ଭାଷା ମଧ୍ୟରୁ ସାନ୍ତାଳୀ, ହୋ, ସଉରା, ମୁଣ୍ଡା ଏବଂ କୁଇ ଭାଷାର ହିଁ ଲିପି ରହିଛି । ଓଡିଶାରେ ୯ ଲକ୍ଷ ୪୧ ହଜାରରୁ ଅଧିକ ଆଦିବାସୀ ଲୋକେ କୁଇ ଭାଷାରେ କଥା ହୋଇଥାଆନ୍ତି ।

hiring

ତେଣୁ କନ୍ଧମାଳ ଜିଲ୍ଲାରେ କିପରି ଭାବରେ କୁଇ ଭାଷାର ପ୍ରଚାର ହେବା ସହିତ ଏହାକୁ କିପରି ଭାବରେ ବଂଚାଇ ରଖାଯାଇପାରିବ ସେଥିପାଇଁ ଦୁଇ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରଚେଷ୍ଠା କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବନଜ୍ୟୋତ୍ସ୍ନା ସାହିତ୍ୟ ସମିତିର ମୁଖ୍ୟ ସମ୍ପାଦକ ଡ.କାହ୍ନଚରଣ ଶତପଥି କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଦ୍ୱିଭାଷୀ କବି ସମ୍ମିଳନୀ ଯୋଗୁଁ ଭାଷା ସାହିତ୍ୟର ଦିଗରେ ଏକ ନୂଆ ପଦକ୍ଷେପ ନିଆଯାଇଛି ବୋଲି କହିବା ସହିତ ଏହାର ଶ୍ରେୟ କାର୍ଯ୍ୟକ୍ରମର ଆୟୋଜକ ଦୁଇ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ଡା.ନୀରଦଚନ୍ଦ୍ରଙ୍କ କହିବା ଅନୁଯାୟୀ ଏହି ଅନୁଷ୍ଠାନ ଦୀର୍ଘଦିନ ହେଲା କୁଇ ଭାଷାର ପ୍ରଚାର ଓ ପ୍ରସାର ଦିଗରେ କନ୍ଧମାଳ ଜିଲ୍ଲାର ଗ୍ରାମାଂଚଳରେ କାର୍ଯ୍ୟ କରି ଆସୁଛି । ସେଥିପାଇଁ ଏହି ଭାଷାର ଉନ୍ନତି ପାଇଁ କୁଇ ଭାଷାଭାଷୀ ଆଗ୍ରହୀ ସଦସ୍ୟ ମାନେ କୁଇ ଭାଷାର ଏକ ଡିକ୍ସନାରୀ ପ୍ରସ୍ତୁତ କରିବାକୁ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ଆଗକୁ ଅନୁଷ୍ଠାନ କୁଇ ଭାଷାର ଉନ୍ନତି ଦିଗରେ ଅଧିକ କାର୍ଯ୍ୟ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ପ୍ରୟ ୩୧ ଜଣ ଓଡିଆ ଏବଂ ଦୁଇ ଭାଷାରେ ଉଭୟ ଅନୁଷ୍ଠାନର କବି କବୟତ୍ରୀ ସେମାନଙ୍କ ନିଜସ୍ୱ ରଚିତ କବିତା ପାଠ କରିଥିଲେ । ଉଭୟଭାଷା ପାଇଁ ଓଡିଆରେ ନିକଟ ଅତୀତରେ ଓଡିଶାରେ ରାଜ୍ୟ ପ୍ରଶାସନିକ ସେବାରେ ଷଷ୍ଠ ସ୍ଥାନ ଅଧିକାର କରିଥିବା କିରଣ କୁମାର ମହାନ୍ତି ଏବଂ ଦୁଇ ଭାଷାର କବି ତଥା ଆଇନଜୀବି ନରୋତ୍ତମ ପ୍ରଧାନ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କବି ପ୍ରଦୀପ କହଁରଙ୍କ ସମେତ ଅନ୍ୟ ଦୁଇ ଭାଷାଭାଷୀ ଯୁବା ମାନେ ସହାୟତା କରିଥିଲେ । ଶେଷରେ ଦୁଇ ସାହିତ୍ୟ ସମିତିର ସମ୍ପାଦକ ଡା.ନିରଦଚନ୍ଦ୍ର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + 3 =