ଦୁଷ୍କର୍ମ ଅଭିଯୋଗରେ ଜେଲଗଲେ ପୋଲିସ ଡ୍ରାଇଭର

0 203

ସୁବର୍ଣ୍ଣପୁର – ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ଏକ ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଂଜିତ ପଧାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାନେଇ ସୁବଳୟା ଥାନାରେ ମାମଲା ଦାୟର ପରେ ସୁବଳୟା ପୋଲିସ ରଂଜିତକୁ ସୁବର୍ଣ୍ଣପୁରରୁ ଉଠାଇଆଣି ଜେଲ ହାଜତକୁ ପଠାଇ ଦେଇଛି । ପୂର୍ବରୁ ପୋଲିସ ଡ୍ରାଇଭର ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ ମଧ୍ୟ ସେଠାକାର ଜଣେ ଯୁବତୀ ରଂଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ସେତେବେଳେ ପୋଲିସ ଘଟଣାକୁ ରଫାଦଫା କରିଦେବାସହ ରଂଜିତଙ୍କୁ ମାଲକାନଗିରି ବଦଳି କରିଦେଇଥିଲେ । ଏବେ କିଛିମାସ ତଳେ ରଂଜିତ ପଧାନଙ୍କ ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା । କିନ୍ତୁ ରଂଜିତଙ୍କ ଚରିତ୍ରରେ କିଛି ବି ପରିବର୍ତ୍ତନ ହେଲାନାହିଁ । ଏବେ ପୁଣି ସୁବଳୟା ଥାନା ଅଂଚଳର ଜଣେ ଯୁବତୀ ରଂଜିତଙ୍କ ନାଁରେ ଏଭଳି ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଂଜିତଙ୍କୁ ଗିରଫ କରିବା ସହ ଜେଲ ହାଜତକୁ ପଠାଇ ଦେଇ ଅନୁସନ୍ଧାନ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

7 − one =