ୟୁକ୍ରେନରୁ ଫେରିଲେ ମେଡିକାଲ ଛାତ୍ର ପ୍ରିୟବ୍ରତ: ଯୁଦ୍ଧର ଭୟଙ୍କର ବିଭୀଷିକା ବର୍ଣ୍ଣନା କଲେ

0 190

ସୁବର୍ଣ୍ଣପୁର: ୟୁକ୍ରେନରୁ ସମସ୍ତ ଛାତ୍ରଙ୍କୁ ଭାରତ ମାଟିକୁ ସୁରକ୍ଷିତ ଫେରେଇ ଆଣି ଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଲେ ସୁବର୍ଣ୍ଣପୁର ଜିଲ୍ଲାବାସୀ । ଯୁଦ୍ଧର ଘନଘଟା ମଧ୍ୟରେ ଫସିରହିଥିଲେ ଅନେକ ଛାତ୍ର ଛାତ୍ରୀ ତେବେ ସୁବର୍ଣ୍ଣପୁରର ପ୍ରିୟବ୍ରତ ସାହୁ ମଧ୍ୟ ପ୍ରାୟ ୧୫ଦିନ ପର୍ଯ୍ୟନ୍ତ ଋଷିୟ ସୈନ୍ୟଙ୍କ ଆକ୍ରମଣ ଓ ୟୁକ୍ରେନ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଥରି ଉଠୁଥିବା ୟୁକ୍ରେନର ଖାରକିବ ସହରରେ ରହିଯାଇଥିଲେ । ସେଠାରେ ଆଜକୁ ଦୁଇ ବର୍ଷ ହେଲା ସେ ମେଡ଼ିକାଲ ପାଠ ଅଧ୍ୟୟନ କରୁଥିଲେ । ଖାରକିବରେ ଯୁଦ୍ଧକୁ ଖୁବ ନିକଟରୁ ଅଂଗେ ନିଭେଇଥିବା ଅନେକ ବୁକୁଥରା ଘଟଣାକ୍ରମର ସେ ଅବତାରଣା କରିଥିଲେ । ଛାତ୍ରାବାସ ଛାଡି ବଂକରରେ ରହିବା ,ବଂକରରୁ ପୁଣି ଚାଲି ଚାଲି ୟୁକ୍ରେନ ବୋର୍ଡରକୁ ପହଂଚିବା ,ଲୋକଙ୍କୁ ସହଯୋଗ କରିବା ଆଦି ଘଟଣା ମାନ ସେ ବର୍ଣ୍ଣନା କରିଥିଲେ । ତେବେ ସମସ୍ତ ଛାତ୍ରଙ୍କୁ ଭାରତ ସରକାର ଖାରକିବରୁ ସୁରକ୍ଷିତ ଭାବରେ ଫେରେଇ ଆଣିଥିବାରୁ ସେ ଭାରତ ସରକାର ଓ ସରକାରଙ୍କ ଗଙ୍ଗା ମିଶନର ସଫଳତାକୁ ପ୍ରଶଂସା କରିଛନ୍ତି । ସେଠାରେ ରହଣି ଭିତରେ ଖାଦ୍ୟପେୟର ସମସ୍ୟା ,ଆର୍ଥିକ ସମସ୍ୟା ଆଦିକୁ ବର୍ଣ୍ଣନା କରିବା ସହିତ ସରକାରଙ୍କ ପ୍ରଚେଷ୍ଟାରେ ଶେଷ ଥର ପାଇଁ ପ୍ରାୟ ୫୦୦ ଛାତ୍ରଙ୍କୁ ଫେରେଇ ଆଣିଥିବାରୁ ନିଜେ ପ୍ରିୟବ୍ରତ ଓ ତାଙ୍କର ପରିବାର ଲୋକେ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 7 =