ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ

0 86

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିବା ବେଳେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି କଲ୍ୟାଣୀ ଦାସ ଉପସ୍ଥିତ ଥିଲେ । ଗୋଟିଏ ସାଧାରଣ ବ୍ୟକ୍ତି ସହ ଗୋଟିଏ ଭିନ୍ନକ୍ଷମ ବ୍ୟକ୍ତି ସହ ବିବାହ ହେଲେ ବୈବାହିକ ପ୍ରତ୍ସାହନ ରାଶି ହିସାବରେ ରାଜ୍ୟ ସରକାଙ୍କ ନିୟମ ଅନୁଯାୟୀ ୨୨-୨-୨୧ ପର ଠାରୁ ୨.୫୦,୦୦୦ ଟଙ୍କା ସେମାନଙ୍କ ମିଳିତ ଜମାଖାତାରେ ୩ବର୍ଷ ନିମନ୍ତେ ସ୍ଥିର ଜମା ରାଶି ଏବଂ ଏଥି ପୂର୍ବରୁ ବିବାହ କରିଥିଲେ -୫୦.୦୦୦ଟଙ୍କା ସ୍ଥିର ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲାର (୧)ଅଭିନାଶ ଭୂୟାଁ (ଭିନ୍ନକ୍ଷମ )ଓ ଆଜେଲ ପାଣି ଭୂୟାଁ, (୨)ପାନୁଏଲ ରଇତା (ଭିନ୍ନକ୍ଷମ )ଓ ଆଜେଲ ପାଣି ରଇତ ଗୁମା ପଞ୍ଚାୟତ ସମିତି ଟ.୨,୫୦.୦୦୦ ଲେଖାଏଁ (୩) ପି. ଚିନାରୀ (ଭିନ୍ନକ୍ଷମ ) ଓ ବି. ଭେଙ୍କଟ ଗୌରୀ ପ୍ରସାଦ ପାରଳାଖେମୁଣ୍ଡି ପୌରାପରିଷଦ ଏବଂ (୪) ମୋଜେଶ କୁମାର ନାଗ (ଭିନ୍ନକ୍ଷମ )ଓ ରୁବିନା ନାଗ, ନୂଆଗୁଡା ପଞ୍ଚାୟତ ସମିତି ଟ.୫୦.୦୦୦ ଭିନ୍ନକ୍ଷମ ବିବାହ ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥଲା । ଏଥି ସହ ମାଗଣା ଲ୍ୟାପଟପ ଜଣେ ଦୃଷ୍ଟି ବାଧିତ ଛାତ୍ର /ଛାତ୍ରୀ ଏବଂ +୩ ପାଠ ପଢୁଥିଲେ ଏହି ସୁବିଧା ପାଇପାରିବେ । ହିତାଧିକାରୀଙ୍କ ନାମ ହେଲା -ଶକ୍ତିମାନ ପରିଛା, ପିତା -ମୃତ୍ୟୁଞ୍ଜୟ ପରିଛା, ଗ୍ରାମ -ନରାୟଣପୁର, ରାୟଗଡ ପଞ୍ଚାୟତ ସମିତିଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ବିଭାଗର କର୍ମଚାରୀମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =