ଆସନ୍ତା ୧ରୁ ତିନିଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ

0 66

ପୁରୀ,୩୦/୩- ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ପୁରୁଷ ବିଭାଗରେ କଟକ, ଓଡିଶା ପୁଲିସ, ନୂଆପଡା, ସମ୍ବଲପୁର, ଭୁବନେଶ୍ୱର, ଢେଙ୍କାନାଳ, ପୁରୀ, ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଅନୁଗୁଳ ଓ ମହିଳା ବିଭାଗରେ ପୂର୍ବ ତଟ ରେଳବାଇ, ଢେଙ୍କାନାଳ,କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, କଟକ, ପୁରୀ ଓ କିଟ ବିଶ୍ୱବିଦ୍ୟାଳୟ ଭାଗ ନେବେ । ମୋଟ ୨୬ଟି ମ୍ୟାଚ ଖେଳାଯିବ । ଅପରାହ୍ନ ସାଢେ ୪ ଘଟିକାରୁ ସାଢେ ୯ ଘଟିକା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ । ପ୍ରତ୍ୟେକ ବିଭାଗରୁ ଚମ୍ପିୟନ ମାନଙ୍କୁ ୩୦ ହଜାର ଟଙ୍କା, ରନର୍ସ ଅପ ମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପ୍ରତ୍ୟେକ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଖେଳାଳି ଏବଂ ଅଫିସିଆଲ ମାନଙ୍କୁ ମିଶାଇ ପ୍ରାୟ ୩୦୦ ଜଣ ଭାଗ ନେବେ । ସେମାନଙ୍କ ରହିବା, ଖାଇବା ଏବଂ ଯିବା ଆସିବା ବ୍ୟବସ୍ଥା କରାଯାଇଛି । ଖେଳାଳି ମାନଙ୍କ ଦକ୍ଷତା ବୃଦ୍ଧି ସହ କବାଡିକୁ ପ୍ରୋତ୍ସାହିତ କରିବାକୁ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ଚମ୍ପିୟନସିପର ଜର୍ସି ଉନ୍ମୋଚନ କରାଯାଇଥିଲା ।
ଏହି ଅବସରରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ସ୍ପୋର୍ଟସ ହଷ୍ଟେଲ କବାଡି ପ୍ରଶିକ୍ଷିକା ଶ୍ରୀମତୀ ସଂହିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

ten + twenty =