କିଷାନ ସଙ୍ଘର ଆନ୍ଦୋଳନ ଚେତାବନୀ

0 76

ପୁରୀ,୮/୯- କେନ୍ଦ୍ର ସରକାର ପ୍ରତ୍ୟେକ କୃଷିଜାତ ଦ୍ରବ୍ୟର ବିକ୍ରିପାଇଁ ନିର୍ଦ୍ଦିିଷ୍ଟ ମୂଲ୍ୟ ତଥା ଏମଏସପି ଲାଗୁ କରିଥିବା ବେଳେ ଏହା ପ୍ରକୃତରେ ପାଳନ ହେଉନାହିଁ । ଚାଷୀ ତାର କୃଷିଜାତ ଦ୍ରବ୍ୟ ବିକ୍ରିବେଳେ ଏମଏସପିରୁ କମ ମୂଲ୍ୟ ପାଉଥିବାବେଳେ ବିପୁଳ କ୍ଷତିର ସମୁଖୀନ ହେଉଛି । ଏଣୁ ଚାଷୀଙ୍କ ସ୍ୱାର୍ଥପାଇଁ ମିନିମମ ସପୋର୍ଟ ପ୍ରାଇସ ତଥା ଏମଏସପି ଲାଗୁ ପ୍ରତେକ ସ୍ଥାନରେ ବାଧ୍ୟତାମୂଳକ କରିବା ନେଇ ଦାବି କରିଚି ଭାରତୀୟ କିଷାନ ସଙ୍ଘ । ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସଂଗଠନ ପକ୍ଷରୁ ଆଜି ସମଗ୍ର ଭାରତରେ ସମସ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପୁରୀରେ ମଧ୍ୟ ଭାରତୀୟ କିଷାନ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ଏନେଇ ଦାବିପତ୍ର ଦିଆଯାଇଛି । କୃଷକଙ୍କ ସ୍ୱାର୍ଥକୁ କେନ୍ଦ୍ର ଓ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନନେଲେ ଭାରତୀୟ କିଷାନ ସଙ୍ଘ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ଭାରତୀୟ କିଷାନ ସଙ୍ଘର ପୁରୀ ଜିଲ୍ଲାର ସମ୍ପାଦକ ଚିତ୍ରସେନ ବେହେରାଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

6 + sixteen =