ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

0 92

ପୁରୀ,୨୬/୮- ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ସରିଯାଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଏଏସ ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଚୁକ୍ତି କରି ୫ ବର୍ଷୀୟା ଯୋଜନା କରିବାକୁ ବୈଠକରେ ଆଲୋଚନା ହୋଇଛି । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ନିଳାଦ୍ରୀ ଭକ୍ତ ନିବାସରେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ବସିଥିଲା । ବୈଠକରେ ପ୍ରଥମେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ଆସନ୍ତା ତିନିବର୍ଷ ପାଇଁ ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ସବୁକିଛି ନିଷ୍ଠାର ସହ ତୁଲାଇବେ । ୨୦୨୧ ରଥଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା । ଶୃଙ୍ଖଳିତ ନୀତି ପରିଚାଳନା ପାଇଁ ୮ ଟି ସବକମିଟି ଗଠନ ହୋଇଛି । ଅର୍ଥ ସବକମିଟି, ନୀତି, ରତ୍ନଭଣ୍ଡାର ସବକମିଟି, ଅପିଲ, ଲ୍ୟାଣ୍ଡ ସବକମିଟି, ସେବକ କଲ୍ୟାଣ ସବକମିଟି, ଶ୍ରୀଜଗନ୍ନାଥ ପ୍ରଚାରପ୍ରସାର ସବକମିଟି, ମନ୍ଦିର ପେନସନ ସବକମିଟି ଗଠିତ ହୋଇଛି । ଗୁରୁକୂଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ କରାଯିବ । ଏହା ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ରହିବ । ଶ୍ରୀମନ୍ଦିର ଗୁରୁକୁଳ ଫଣ୍ଡ ମଧ୍ୟ ଗଠିତ ହେବ । ଫଣ୍ଡ ମାଧ୍ୟମରେ ଗୁରୁକୁଳ ବିକାଶ କରାଯିବ । ମାଟିତୋଟାରେ ୧୭ ଏକର ଜମି ଗୁରୁକୁଳ ପାଇଁ ଚିହ୍ନଟ ହୋଇଛି । ସୋସାଇଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜା ରହିବେ । ଏକ ଘରୋଇ ସଂସ୍ଥା ସହ ଗୁରୁକୁଳ ପାଇଁ ଏମଓୟୁ ହେବ । ଆଦର୍ଶ ଗୁରୁକୁଳ ପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ସେବାୟତଙ୍କ ବାସଗୃହ ଯୋଜନା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେବାୟତଙ୍କ ପାଇଁ ଏହି ଯୋଜନା କରାଯିବ । ପ୍ରାୟ ୪୦୦ ପରିବାରକୁ ଜମି ଯୋଗାଇ ଦିଆଯିବ । ୮ ଏକର ଜମିରେ ପ୍ରତି ସେବାୟତଙ୍କୁ ୬ଶହ ବର୍ଗଫୁଟ ହିସାବରେ ଜମି ବାସଗୃହ ପାଇଁ ୨ ଲକ୍ଷ ଟଙ୍କା ଯୋଗାଯିବ । ଏହାକୁ ଲ୍ୟାଣ୍ଡ ସବକମିଟି ଅନୁମୋଦନ କରିବ । ଶ୍ରୀମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସଆଇକୁ ଅନୁରୋଧ କରିବ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଯୋଡାଇ ଦେବେ । ରଥଯାତ୍ରା ପରେ ରଥର ଚକ ଓ ଅନ୍ୟାନ୍ୟ ଅଂଶକୁ ମାଗଣାରେ ଯୋଗାଇ ଦିଆଯିବ । ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟ ଯୋଜନା ଅନୁଯାୟୀ ଠିକ୍‌ ସମୟରେ ଚାଲିଛି । ଖୁବଶୀଘ୍ର ଏନ୍‌ଏମର ଅନୁମୋଦନ ମିଳିବାର ଆଶା ରଖାଯାଇଛି । ଆସନ୍ତା ପରିଚାଳନା କମିଟି ବୈଠକରେ ଅର୍ଥ ସବକମିଟିର ବଜେଟ ଆଗତ ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ଆବଶ୍ୟକ ମରାମତି ୩ ବର୍ଷୀୟା ପରିଚାଳନା କମିଟି ଅବଧି ମଧ୍ୟରେ ସମ୍ପର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟିର ସମସ୍ତ ସଦସ୍ୟ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ, ଏସପିଙ୍କ ସହ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − one =