ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ

0 104

ପୁରୀ,୩/୧୦- ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ୨୦୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୁଦ୍ର ୯୬୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬୦୫୬ ଭୋଟ ପାଇଛନ୍ତି । ସମୁଦାୟ ୨୫ ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ରୁଦ୍ର ପ୍ରଥମ ରାଉଣ୍ଡରୁ ହିଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଠାରୁ ଆଗୁଆ ରହିଥିଲେ । କଂଗ୍ରେସ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ୪୦୬୧ଭୋଟ ପାଇଥିବାବେଳେ ସି ପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନ ୮୯୮ , ଜୟପ୍ରକାଶ ସେଠି ୪୫୫ ପିଙ୍କିଳୀନ ମହାନ୍ତି ୧୫୬ ଭୋଟ ପାଇଛନ୍ତି । ପିପିଲି ଡେଲାଙ୍ଗର ସର୍ବାଙ୍ଗୀନ ବିକାଶରେ କାର୍ଯ୍ୟ କରିବେ ବୋଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରକାଶ କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − eleven =