ଏସଓପିକୁ ନେଇ ଭକ୍ତ ସନ୍ତୋଷ

0 94

ପୁରୀ,୮/୯- ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ଥିବା ଏସଓପିକୁ ସାମାନ୍ୟ କୋହଳ କରାଯାଇଛି । ଭକ୍ତମାନେ ଏଣିକି ଶନିବାର ଦିନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ସକାଳ ୭ ଟା ରୁ ସନ୍ଧ୍ୟା ୭ ଟା ଯାଏ ଥିବା ଦର୍ଶନ ସମୟ ଅବଧିକୁ ରାତି ୯ ଟା ଯାଏ ବଢ଼ାଇ ଦିିଆଯାଇଛି । ତେବେ ପୂର୍ବ ଏସଓପି ଅନୁଯାୟୀ ଭକ୍ତମାନେ କୋଭିଡ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅଥବା ୯୬ ଘଂଟା ପୂର୍ବର ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ତେବେ ଏହି ନିଷ୍ପତିକୁ ଭକ୍ତ ଓ ସେବାୟତ ସ୍ୱାଗତ କରିଛନ୍ତି । ତେବେ ରବିବାର ଦର୍ଶନରେ କଟକଣା ନରଖି ଖୋଲିବାକୁ ଭକ୍ତ ମତ ଦେଇଛନ୍ତି । ଶନିବାର ଓ ରବିବାର ଛୁଟି ଦିନରେ ଅନେକ ବ୍ୟକ୍ତି ଚାହିଁଲେ ବି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି । ଏଣୁ ରବିବାର ମଧ୍ୟ କୋଭିଡ କଟକଣା ଏସଓପି ଅନୁଯାୟୀ ଦର୍ଶନ ଚାଲୁ ରଖିବାକୁ ଅନେକ ଭକ୍ତ ମତ ଦେଇଛନ୍ତି । ସେପଟେ ଆନନ୍ଦ ବଜାରରେ ଭକ୍ତମାନେ ବସି ପ୍ରସାଦ ସେବନ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ପୂର୍ବ କଟକଣା ଦଲବତ୍ତର ରହିଛି । ଆଗାମୀ ବୈଠକରେ ଏ ନେଇ ନିଷ୍ପତ୍ତି ହେବ । ତେବେ ଆନନ୍ଦ ବଜାର ଅବଢ଼ା ସେବନ ନେଇ ଥିବା କଟକଣାକୁ ଅନେକ ଭକ୍ତ ସମର୍ଥନ କରିଥିବାବେଳେ କେତେକ ଏହା କୋହଳ କରିବାକୁ ମତ ରଖିଛନ୍ତି । ସେହିପରି ପୁରୀ ବାସିନ୍ଦାମାନେ ଉତ୍ତର ଦ୍ୱାର ଦେଇ ମହାପ୍ରସାଦ ଆଣିବାକୁ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ସେବାୟତ ଓ ଭକ୍ତମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =