ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ

0 126

ପୁରୀ,୧୨/୯- ଗତରାତିରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବାବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷାଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଦୋକାନବଜାର ପ୍ରାୟତଃ ବନ୍ଦ ରହିଥିବାବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି । ବିଶେଷତଃ ବାଲି ଉପର ବସ୍ତି, ସୁଜାତା ନଗର, ବଳିଆ ପଣ୍ଡା ବସ୍ତି, ମାଟିତୋଟା ଆଦି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହୋଇଛନ୍ତି । ବଙ୍ଗୋପ ସାଗରରେ ସୃଷ୍ଟି ଏହି ଲଘୁଚାପ ଫଳରେ ଆଜି ଏବଂ ଆସନ୍ତାକାଲି ବର୍ଷା ଲାଗି ରହିଥିବାରୁୁ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ ରହିଛି । ସେପଟେ ପ୍ରବଳବର୍ଷା ଲାଗି ରହିଥିବା ଯୋଗୁ ପୁରୀକୁ ଭ୍ରମଣରେ ଆସିଥିବା ପର୍ଯ୍ୟଟକମାନେ ବେଶ ଅସୁବିଧା ସମ୍ମୁୁଖୀନ ହୋଇଛନ୍ତି । ତେବେ ରବିବାର ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ବଡ଼ ଦାଣ୍ଡ ଜନଶୂନ୍ୟ ରହିଛି । ଲଘୁଚାପ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି ।

hiring

ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବର୍ଷା ଜଳ ଜମି ରହି କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ବର୍ଷା ଜଳ ନିଷ୍କାସନ ହୋଇନପାରିବା ସୂର୍ଯ୍ୟ ମନ୍ଦିର ବୁଲି ଆସିଥିବା ପର୍ଯ୍ୟଟକ ମାନେ ମନ୍ଦିର ପରିସରରେ ବୁଲାବୁଲି କରିବାରେ ବେଶ ଅସୁବିଧା ଭୋଗିଛନ୍ତି । ଅନ୍ୟପଟେ ମନ୍ଦିର ପରିସରରେ ଜମିଥିବା ବର୍ଷା ଜଳକୁ ନିଷ୍କାସନ ନେଇ ପାଣି ମୋଟର ବ୍ୟବହାର କରାଯାଇଛି । ତେବେ ପ୍ରବଳ ବର୍ଷା ସମୟରେ କୋଣାର୍କ ମନ୍ଦିରରୁ ଜଳ ନିଷ୍କାସନ ନେଇ ଏକ ବଡ଼ ସମସ୍ୟା ରହିଛି । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି । ଲଗାଣ ଲଘୁଚାପ ବର୍ଷା ଯୋଗୁଁ ପୁରୀ କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିରରେ ପଶିଲା ପାଣି । ମନ୍ଦିରର ଉପର ଭାଗରେ ଫାଟଥିବା ଯୋଗୁଁ ମୁଖ୍ୟ ମନ୍ଦିରର ଗର୍ଭ ଗୃହ , ଭୋଗ ମଣ୍ଡପ , ନାଟ ମଣ୍ଡପ ଏବଂ ଉତ୍ତର ଦ୍ୱାର ମୁଖଶାଳାରେ ବର୍ଷା ଜଳ ପଶିଛି । ଯାହାକୁ ନେଇ ଭକ୍ତ ଓ ସେବାୟତ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପୂର୍ବରୁ ମନ୍ଦିରକୁ ମରାମତି ନେଇ ବାରମ୍ବାର ସେବାୟତମାନେ ଦେବୋତ୍ତର ବିଭାଗ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ମଙ୍ଗଳା ମନ୍ଦିର ମରାମତି ଦିଗରେ ଧ୍ୟାନ ଦିଆଯାଉ ନାହିଁ । ଫଳରେ କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ମନ୍ଦିର ଆଗାମୀ ଦିନରେ ବିପଦ ସଙ୍କୁଳ ସ୍ଥିତି ଉପୁଜିବା ଆଶଙ୍କା ରହିଥିବା ସେବାୟତ ଅଭିଯୋଗ କରିଛନ୍ତି । ତୁରନ୍ତ ରାଜ୍ୟ ସରକାର ପୁରାତନ ଐତିହ୍ୟ ସ୍ଥାନ ବହନ କରୁଥିବା ମା ମଙ୍ଗଳାଙ୍କର ସୁରକ୍ଷା ଦିଗରେ ଆଗେଇ ଆସିବାକୁ ସେବାୟତ ସରକାରଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + fourteen =