ଜଗା ଦର୍ଶନରୁ ବଞ୍ଚିତ ହେଉଛନ୍ତି ପୁରୀବାସୀ

0 97

ପୁରୀ : ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଯୋଗୁ ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜାଗା ଦର୍ଶନରୁ ବଂଚିତ ହେଉଛନ୍ତି । ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତଙ୍କ ସହ ଲାଇନରେ ଦୀର୍ଘ ସମୟ ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ଫଳରେ ମହାପ୍ରଭୁଙ୍କର ପ୍ରତିଦିନ ଦର୍ଶନ କରିବା ପୁରୀ ବାସିନ୍ଦାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି । ସେହିପରି ମହା ପ୍ରାସାଦ ଟିକେ ଆଣିବାକୁ ମଧ୍ୟ ଲାଇନରେ ଯାଇ ଦୀର୍ଘ ସମୟ ପରେ ଅବଢ଼ା ଆଣୁଛନ୍ତି । ଯାହାକୁ ନେଇ ପୁରୀ ପୌରାଞ୍ଚଳ ବାସୀ ବେଶ ଅସୁବିଧା ଭୋଗୁଥିବା ବେଳେ ପ୍ରଶାସନର ଏହି ନିଷ୍ପତିକୁ ବଦଳାଇବାକୁ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ପୁରୀ ଜିଲାପାଳଙ୍କୁ ୧୫ଟି ଗଣ ସଂଗଠନ ଭେଟି ପୁରୀବାସୀଙ୍କ ପାଇଁ ପୂର୍ବ ଭଳି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଖୋଲିବାକୁ ଦାବି ଜଣାଇଛନ୍ତି । ମହାପ୍ରଭୁ ହେଉଛନ୍ତି ପୁରୀବାସୀଙ୍କ ଆରାଧ୍ୟ ଦେବତା । ତାଙ୍କର ଦୈନିକ ଦର୍ଶନ ବିନା ପୁରୀର ଅଧିକାଂଶ ବ୍ୟକ୍ତି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ । ସେହିପରି ବୟସ୍କ ବ୍ୟକ୍ତି ମାନେ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ତୃପ୍ତ ହୁଅନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କେବଳ ସିଂହ ଦ୍ୱାରରେ ପ୍ରବେଶ ଅନୁମତି ଲାଗୁ କରିବା ପରେ ପୁରୀ ବାସିନ୍ଦା ବାହାରୁ ଆସୁଥିବା ଭକ୍ତଙ୍କ ସହ ପ୍ରଶାସନ ପ୍ରତିଦିନ ଲାଇନରେ ଦୀର୍ଘ ସମୟ ଠିଆ ହୋଇ ଦର୍ଶନ କରିବା ସମ୍ଭବ ହେଉନାହି । ଏଣୁ ପୁରୀ ବାସିନ୍ଦା ଅନୁରୋଧ ରକ୍ଷା କରି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ କେବଳ ପୁରୀ ବାସିନ୍ଦାଙ୍କୁ ପରିଚୟ ପତ୍ର ଦେଖାଇ ପ୍ରବେଶ ଅନୁମତି ଦେବାକୁ ଜିଲାପାଳଙ୍କ ନିକଟରେ ଦାବି କରିଚନ୍ତି ବୁଦ୍ଧିଜୀବୀ ।
ସେପଟେ ପୁରୀ ଜିଲାପାଳ କହିଛନ୍ତି ଖୁବ ଶୀଘ୍ର ଏ ନେଇ ଏକ ବୈଠକ ହେବ । ସ୍ୱତନ୍ତ୍ର ଏସ୍‌ଓପି ଅଣାଯିବ । ପରେ ପୁରୀ ବାସିନ୍ଦାଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
ବିନା ଭକ୍ତରେ ରଥଯାତ୍ରା ହେଉକି ସ୍ନାନଯାତ୍ରା । ଏପରିକି ଶ୍ରୀମନ୍ଦିର ଐତିହ କରିଡର କାର୍ଯ୍ୟରେ ପ୍ରଶାସନକୁ ପୁରୀ ସହରବାସୀ ସବୁବେଳେ ସାହାଯ୍ୟର ହାତ ବଢାଇ ଚନ୍ତି । ତେବେ ପ୍ରଶାସନ ପୁରୀ ବାସିନ୍ଦାଙ୍କୁ ମହାପ୍ରଭୁଙ୍କ ନିମନ୍ତେ କେବେ ବିଶେଷ ବ୍ୟବସ୍ଥା କରୁଛି ତାକୁ ଏବେ ସହର ବାସୀ ଅପେକ୍ଷା କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 + eighteen =