ପୁରୀରେ ରେକର୍ଡ ବର୍ଷା, ରାସ୍ତାଘାଟ ଜଳମଗ୍ନ

0 84

ପୁରୀ : ଲଘୁଚାପ ଯୋଗୁ ପୁରୀରେ ପ୍ରବଳ ବର୍ଷା ହୋଇଛି । ରେକର୍ଡ ୩୪୧ ମିମି ବର୍ଷା ହୋଇଛି ପୁରୀରେ । ଫଳରେ ପୁରୀ ସହରର କିଛି ଅଞ୍ଚଳ ଏବଂ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି । ଅନେକ ଜାଗାରେ ୩ ରୁ ୪ ଫୁଟ ପାଣି ଜମି ରହିଥିବା ଯୋଗୁ ଲୋକମାନେ ଯିବାଆସିବା କରି ପାରୁନାହାନ୍ତି । ବିଶେଷ ପୁରୀର ସୁଜାତା ନଗର, ମାଟି ତୋଟା, ବାଲି ଘାଟ, ବଳିଆ ପଣ୍ଡା ଆଦି ଅଞ୍ଚଳରେ ଲୋକମାନେ ଜଳ ବନ୍ଦୀ ହୋଇ ପଡିଛନ୍ତି । ଗତକାଲି ରାତିରୁ ମୁଷଳ ଧାରାରେ ପୁରୀରେ ବର୍ଷା ଲାଗି ରହିଛି । ସେପଟେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରାଯାଇଛି । ସ୍ଥିତି ଉପରେ ପ୍ରଶାସନ ସତର୍କ ଦୃଷ୍ଟି ରଖି ଥିବା ବେଳେ କୋଭିଡ ଟିକାକରଣ ବ୍ୟବସ୍ଥା ଯେଭଳି ବାଧାପ୍ରାପ୍ତ ନ ହୁଏ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି ।

hiranchal ad1
Leave A Reply

Your email address will not be published.

9 − three =