ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ, ଅବକାରୀ କମିସନରଙ୍କୁ ଚିଠି ଲେଖିଲେ ଇନସପେକ୍ଟର

0 131

ପୁରୀ : ପୁରୀ ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୁଲିସ । ଅବକାରୀ କମିସନର୍‌ଙ୍କୁ ଏଭଳି ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ପୁରୀ ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି । ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି । ଏ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟିକାରୀ ଚିଠି ଅବକାରୀ କମିସନର୍‌ଙ୍କୁ ଲେଖିଛନ୍ତି ପୁରୀ ଜିଲ୍ଲାର ଅବକାରୀ ଇନସ୍‌ପେକ୍ଟର୍‌ ସଞ୍ଜୟ କୁମାର ପଣ୍ଡା । ଜୁନ୍‌ ୪ ତାରିଖରେ ଶ୍ରୀ ପଣ୍ଡା ଏଭଳି ଚିଠି ଲେଖିଛନ୍ତି । ଚିଠିଟି ଏବେ ଉଭୟ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କଲାଣି । ଜିଲ୍ଲା ମୋବାଇଲ୍‌ ୟୁନିଟ୍‌ର ଇନସ୍‌ପେକ୍ଟର୍‌ ଇନ୍‌-ଚାର୍ଜ ଅଫିସ୍‌ରେ ଇନସ୍‌ପେକ୍ଟର୍‌ ଭାବେ କାମ କରୁଥିବା ସଞ୍ଜୟ କୁମାର ପଣ୍ଡା ଜୁନ୍‌ ୪ ତାରିଖରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସେ ବିଭାଗର ଜଣେ ଦାୟିତ୍ୱବାନ୍‌ ଅଧିକାରୀ ହିସାବରେ ଅଳ୍ପ କର୍ମଚାରୀ, ଅଳ୍ପ ଦରମା, ବିନା ଗାଡ଼ି, ବିନା କ୍ୱାର୍ଟର୍ସରେ କାର୍ଯ୍ୟ କରିବା କଷ୍ଟକର ହେଉଛି । କଠିନ ପରିଶ୍ରମ, ସଚ୍ଚୋଟତା ପାଇଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ଉଚିତ ବୋଲି ଶ୍ରୀ ପଣ୍ଡା ଚିଠିରେ ଦର୍ଶାଇଛନ୍ତି । ସେହିପରି ପୋଲିସର କାର୍ଯ୍ୟଦକ୍ଷତା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ନିଜ ବିଭାଗ ଓ ପୋଲିସ ବିରୁଦ୍ଧରେ ସତ ସାମ୍ନାକୁ ଆଣିଥିବାରୁ ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେଲେ ସେ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve + two =