ଆକ୍ସନ ମୋଡ଼ରେ ପୁରୀ ପୋଲିସ, ମଦ ପିଇ ଗାଡି ଚଳାଉଥିଲେ ଦେବାକୁ ପଡିବ ୧୦ହଜାର ଜରିମାନା

0 92

ପୁରୀ : ମଦ ପିଇ ଗାଡି ଚଳାଉଛନ୍ତି କି ! ହେଇଯାଆନ୍ତୁ ସାବଧାନ । ଦେବାକୁ ପଡିବ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନା,ଯିବାକୁ ପଡିପାରେ ଜେଲ । ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ନୂଆବର୍ଷ ପୂର୍ବରୁ ପୁରୀ ପୋଲିସ ଚଲାଇଛି ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭିଂ ଅଭିଯାନ । breath analyzer ସାହାଯ୍ୟରେ ଡ୍ରାଇଭର ମାନଙ୍କର ଯାଞ୍ଚ କଡାକଡି ଯାଞ୍ଚ କରାଯାଉଛି । ବଢୁଥିବା ଦୁର୍ଘଟଣା ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସନ୍ଧ୍ୟାରୁ ଆରମ୍ଭ ହେଉଛି ଚେକିଂ । ବିଭିନ୍ନ ଥାନା ଅଂଚଳରେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଜାରି ରହିବ ଏହି ଅଭିଯାନ ।

hiring

ପ୍ରଥମ ଦିନରେ ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡାଙ୍କ ନେତୃତ୍ୱରେ ସୁବାଷ ବୋଷ ଛକ ଭିଆଇପି ରୋଡରେ ପୋଲିସ ଚଳାଇଥିଲା ଅଭିଯାନ । ଦୁଇ ଜଣଙ୍କୁ ମଦ ପିଇ ଗାଡି ଚଳାଉଥିବା ବେଳେ ଧରିଥିବା ବେଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ନୂଆ ନିୟମ ଅନୁସାରେ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନା ସହ ଜେଲଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି । ତେବେ ଏହି ଯାଞ୍ଚ ପ୍ରକ୍ରିୟା ଓ କଡା ଦଣ୍ଡବିଧାନ ଦ୍ୱାରା ଅନେକ ମଦୁଆ ସଚେତନ ହେବେ ବୋଲି ଆଶା ରଖିଛି ପୁରୀ ପୋଲିସ । ନୂଆବର୍ଷରେ ଅନେକ ପର୍ଯ୍ୟଟକଙ୍କ ଭିଡ ଦୃଷ୍ଟିରୁ ସେମାନଙ୍କ ସୁରକ୍ଷା ଓ ବିଭିନ୍ନ ସମୟରେ ହେଉଥିବା ଦୁର୍ଘଟଣାରେ ବେଶ ସହାୟକ ହେବ ଏହି ଅଭିଯାନ । ଏଭଳି ଏକ ଅଭିଯାନକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

ପର୍ଯ୍ୟଟକଙ୍କ ସମେତ ଡ୍ରାଇଭର ମାନେ ମଧ୍ୟ ଏହାକୁ ସ୍ୱାଗତ କରିବା ସହ ସମସ୍ତଙ୍କୁ ସଚେତନ ରହିବାକୁ ଆହ୍ୱାନ ଦେଇଛନ୍ତି । ବାହାରୁ ଆସୁଥିବା ଗାଡି ହେଉ କି ସ୍ଥାନୀୟ ଅଞ୍ଚଳର ଗାଡି, ଚାରି ଚକିଆ ହେଉ କି ଦୁଇଚକିଆ, ମଦ ପିଇ ଗାଡି ଚଲାଉଥିବା ସମସ୍ତ ମଦ୍ୟପ ଡ୍ରାଇଭର ସାବଡ ହେବେ ବୋଲି ଆଶା ରଖିଛି ପୁରୀ ପୋଲିସ ।

hiranchal ad1
Leave A Reply

Your email address will not be published.

nine + 5 =