ରାଡବାହାଲ ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟ, ମଧ୍ୟପୁର୍‌ ଚମ୍ପିୟନ

0 233

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ଚାଲିଥିବା ୨୨ତମ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚରେ କଣ୍ଟାବାଞ୍ଜି ଓ ମଧ୍ୟପୁର୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ମଧ୍ୟପୁର୍‌ ଫୁଟବଲ ଟିମ୍‌ କଣ୍ଟାବାଞ୍ଜି ଫୁଟବଲ ଟିମ୍‌ ଗୋଟିଏ ଗୋଲ ଦେଇଚମ୍ପିୟନ ହୋଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା କୋଶଳର ଯୁବ ସଭାପତି ବନମାଳୀ ନାଏକଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ(୨୬) ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଦାମୋଦର ଯୋଷୀ ଯୋଗଦେଇ ଥିଲେ । ସେହିପରି ଅନ୍ୟତମ ଅତିଥି ଭାବରେ ମୁରିବାହାଲ ବ୍ଲକ କୋଶଳ ଯୁବ ସଭାପତି ଉମେଶ କୁମାର ବନଗୁଳା, ସତ୍ୟନାରାୟଣ ପାଢି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରି ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

hiring

ଆଜିର ଖେଳଟିକୁ ଆଶୀର୍ବାଦ ସାହା ପରିଚାଳନା କରିଥିବା ବେଳେ ପାଣ୍ଡବ ବିଶି ଓ ରିଙ୍କୁ ବିଶି ଲାଇନରେ ସହଯୋଗ କରିଥିଲେ ଏବଂ ହେମନ୍ତ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ସଭାପତି ପିଙ୍କୁ ବାରଲେବିଡିଆ ଓ ସମ୍ପାଦକ ସୂରଜ ବାଗ ଥିବାବେଳେ ଚ୍ୟାଲେଞ୍ଜିଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶିବା ଯୋଶୀ, କହ୍ନେଇ ବାରଲେବିଡିଆ, କୁମର ମଲ୍ଲିକ, ରୋଶନ ହଂସ, ଧନଞ୍ଜୟ ବେଣ୍ଟକାର ପ୍ରମୁଖ ସମସ୍ତ୍‌ ସଦସ୍ୟମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eight − three =