ପୁରୀ: ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ ବିଶ୍ଵସ୍ତରୀୟ ପୁରୀ ରେଳ ଷ୍ଟେସନ୍ । ପୁରୀରେ ଆଜି ସ୍ଥିତି ସମୀକ୍ଷା ପରେ ପ୍ରେସ ବାର୍ତ୍ତା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି.ସୋମନା । ୨୦୨୫ ଡିସେମ୍ବର ସୁଦ୍ଧା ବିଶ୍ବସ୍ତରୀୟ ରେଳ ଷ୍ଟେସନ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଐତିହ୍ୟ ସହର ଶ୍ରୀକ୍ଷେତ୍ର ରେ ରେଳ ସେବା ରେ ଯୋଡ଼ି ହେବାକୁ ଯାଉଛି ଅନୁଭୁତି । ଫ୍ରି ୱାଇ ଫାଇ, ୱେଟିଂ ହଲ୍,ଦିବ୍ୟାଙ୍ଗ ଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହ ଯୋଡ଼ି ହେବ ବିଶ୍ଵ ସ୍ତରୀୟ ଉପଲବ୍ଧି ।ଯାତ୍ରୀ ଓ ପର୍ଯ୍ୟଟକ ମହଲରେ ନବନିର୍ମିତ ପ୍ରସ୍ତାବିତ ରେଳ ଷ୍ଟେସନକୁ ସ୍ବାଗତ କରାଯାଇଛି।
ଆଗାମୀ ୫ ରୁ ୬ ମାସ ମଧ୍ୟରେ ଶେଷ ହେବ ଶ୍ରୀକ୍ଷେତ୍ରର ବିଶ୍ବସ୍ତରୀୟ ରେଳ ଷ୍ଟେସନ । ୨୦୨୬ ଜାନୁଆରୀରେ ଲୋକାର୍ପିତ ହେବ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଅତ୍ୟାଧୁନିକ ପୁରୀ ଷ୍ଟେସନ । ପ୍ରେସ ମିଟ କରି ସୂଚନା ଦେଲେ କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ ଭି ସୋମନା ।ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ପନ୍ନ,ଅତ୍ୟାଧୁନିକ ଭିତ୍ତିଭୂମି ଯୁକ୍ତ, ବ୍ୟବହାରିକ ଓ କାର୍ଯ୍ୟକ୍ଷମ କୋଠା । ୨୦୨୧ – ୨୨ ରୁ ୧୭୭ କୋଟି ବ୍ୟୟ ରେ ନିର୍ମିତ ଏହି କୋଠା ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ରୂପ ନେବ । ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରହିବ ଫ୍ରି ୱାଇ ଫାଇ ସେବା,ରହିବ ୱାନ ଷ୍ଟେସନ ,ୱାନ ପ୍ରଡକ୍ଟ କିଓସ୍କ । ୬ ଟି ଏସ୍କେଲେଟର ସହ ରହିବ ୫ ଲିଫ୍ଟ।ଟପ୍ ଫ୍ଲୋର ରେ ୧୫୦ ବେଡ ଯୁକ୍ତ ରହିବ ହଲ୍। ମଡର୍ନ ୱେଟିଂ ହଲ୍ ସହ ରହିବ ,ଏକ୍ଜିକୁଟିଭ ଲଞ୍ଜ ।୧୬ ହଜାରରୁ ୬୦ ହଜାର ରୁ ବଢିବ ଷ୍ଟେସନ ର ଯାତ୍ରୀ ଧାରଣ କ୍ଷମତା । ଇଲେକ୍ଟ୍ରି ଭେହୀକିଲ ଚାର୍ଜିଂ ସହ ରହିବ ଅନ୍ୟାନ୍ୟ ଅନେକ ସୁବିଧା।
ଚଳିତ ରେଳ ବଜେଟ ରେ ଓଡ଼ିଶା ପାଇଁ ୧୦୫୯୯ କୋଟି ବଜେଟ୍ ବ୍ୟବସ୍ଥା କରାଯାଇଛି । ଯାହାକି ୨୦୦୯ ରୁ ୧୪ ତୁଳନାରେ ପ୍ରାୟ ସାଢେ଼ ବାର ଗୁଣ ଅଧିକ । ସାମ୍ପ୍ରତିକ ରାଜ୍ୟର ୫୯ ଟି ଷ୍ଟେସନ ର ବିକାଶ ପ୍ରାୟ ୨୩୭୯ କୋଟି ଖର୍ଚ୍ଚ ରେ ହୋଇଛି ।ବିଭିନ୍ନ ରେଳ ପ୍ରକଳ୍ପ ବାବଦକୁ 80 ହଜାର କୋଟି ବ୍ୟୟ ବରାଦ ମଧ୍ୟ ହୋଇଛି । ସେପଟେ ଖୁବ୍ ଶୀଘ୍ର 303 କୋଟି ବ୍ୟୟରେ କଟକରେ, 398 କୋଟି ବ୍ୟୟରେ ଭୁବନେଶ୍ୱର ରେ ,338 କୋଟି ବ୍ୟୟରେ ସମ୍ବଲପୁର ରେ,197 କୋଟି ବ୍ୟୟରେ ବାଲେଶ୍ଵର ରେ ମଧ୍ୟ ବିଶ୍ବସ୍ତରୀୟ ଷ୍ଟେସନ କାର୍ଯ୍ୟ ଶେଷ ହେବ ।ତେବେ ବିଶ୍ବସ୍ତରୀୟ ରେଳ ଷ୍ଟେସନ କୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ରେଳ ଯାତ୍ରୀ ।ଏହାଫଳରେ ଅନେକ ସୁବିଧା ଯୋଡ଼ି ହେବ କିନ୍ତୁ ୱେଟିଂ ହଲ୍,ମହିଳାଙ୍କ ସୁବିଧା,ବରିଷ୍ଠ ଙ୍କ ସୁବିଧା ଦୃଷ୍ଟି ରୁ କାର୍ଯ୍ୟ କରିବାକୁ ହେବ ବୋଲି ମତ ପ୍ରକାଶ ପାଇଛି । ସେପଟେ ବିଗତ ଦୁଇ ବର୍ଷ ହେବ ଜି ଆର୍ ପି ଥାନା ପାଇଁ ସ୍ଥାୟୀ ଗୃହ ଟିଏ ନଥିବା ବେଳେ ସେନେଇ ମଧ୍ୟ ଯୋଜନା ସହ ସୁରକ୍ଷାକୁ ଫୋକସ ଦିଆଯାଉଛି ବୋଲି କେନ୍ଦ୍ର ରେଳ ରାଜ୍ୟ ମନ୍ତ୍ରୀ କହିଛନ୍ତି ।
