ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା

0 89

ଭୁବନେଶ୍ବର: ରାଜ୍ୟରେ ଆଜିଠୁ ଦୁଇଦିନ ବର୍ଷା ସମ୍ଭାବନା । ଉତ୍ତର ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ,ଢେଙ୍କାନାଳ,ଅନୁଗୁଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

hiring

ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ପାଉଛି ଏବଂ କେତେକ ସ୍ଥାନରେ ରାତ୍ରି ତାପମାତ୍ରା ହ୍ରାସ ମଧ୍ୟ ପାଉଛି । ଦାରିଙ୍ଗବାଡ଼ି ଓ କୋରାପୁଟରେ ରାତ୍ରି ତାପମାତ୍ରା ବୃଦ୍ଧି ହୋଇ ୧୩ ଡିଗ୍ରୀରେ ପହଞ୍ଚିଲାଣି । ସେହିପରି ଗୋପାଳପୁରରେ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ, ପୁରୀରେ ୨୦.୬, ନୟାଗଡ଼ରେ ୧୯.୫, ପାରାଦୀପରେ ୧୯.୨, ଛତ୍ରପୁର ଓ ଟିଟିଲାଗଡ଼ରେ ୧୮ ଡିଗ୍ରୀ ରହିଥିବା ସୂଚନା ମିଳିଛି ।ତେବେ ଆସନ୍ତା ୩ଦିନ ଯାଏ ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ। ଏବଂ ଦୁଇଦିନ ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

hiranchal ad1
Leave A Reply

Your email address will not be published.

10 + twelve =