ଫୁଲବାଣୀର ରାଜା ମାର୍କେଟର ନୂତନ କର୍ମକର୍ତ୍ତା ଚୟନ

0 176

ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା । ତା’ପରେ ସଭାପତିତ୍ୱ କରୁଥିବା ଅରୁଣ ପଣ୍ଡା ପୂର୍ବ କମିଟିକୁ ଭାଙ୍ଗି ଦେଇଥିଲେ । ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତି କ୍ରମେ ଫୁଲବାଣୀର ରାଜା ମାର୍କେଟ ନୂତନ ସଭାପତି ଭାବେ ଉପେନ୍ଦ୍ର ସିଂଙ୍କୁ ମନୋନୀତ କରାଯାଇଥିବା ବେଳେ ବରିଷ୍ଠ ବ୍ୟବସାୟୀ ରବି ସାହୁଙ୍କୁ ସମ୍ପାଦକ ଏବଂ ପରମାତ୍ମା ଗୁପ୍ତା କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଏଥି ସହିତ ପୂର୍ବତନ ସଭାପତି ଓ ସମ୍ପାଦକଙ୍କ ସମେତ ୧୧ ଜଣ ବିଶିଷ୍ଟ କାର୍ଯ୍ୟକାରୀ ସଦସ୍ୟ ଗଠନ କରାଯାଇଛି । ନବ ନିର୍ବାଚିତ କମିଟି ଆଗାମୀ ଦିନରେ ସମସ୍ତ ସଭ୍ୟଙ୍କ ସହଯୋଗରେ ବଜାରର ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୂର୍ବତନ ସଭାପତି ରବି ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − thirteen =