ବିପଦସଙ୍କୁଳ ଅବସ୍ଥାରେ ୩ଫେଜ ବିଦ୍ୟୁତ୍‌ ତାର, ଆଶଙ୍କାରେ ଜନସାଧାରଣ

0 70

ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସାରଙ୍ଗଧରପୁର ଗ୍ରାମର ପଛପଟେ ୩ଫେଜର ଅର୍ଥାତ୍‌ ୧୧୦୦୦ ଭୋଲ୍‌ଟେଜ୍‌ ବିଦ୍ୟୁତ ତାର କଲିନାଜୁ, ଝିମାଙ୍ଗିଆ, ଝିମା, ପଡ଼ିକିଆ, ଡକେଡି, ପାଙ୍ଗାନାଜୁ ଓ ସାରଙ୍ଗଧରପୁର୍‌କୁ ବିତରଣ ହେଉଥିବା ଟ୍ରାନ୍ସଫର୍ମରକୁ ସଂଯୋଗ କରାଯାଇଛି । ତେବେ ଏଥିରେ ସଂଯୋଗ ହେଇଥିବା ୩ଫେଜ୍‌ ବିଦ୍ୟୁତ୍‌ ତାରଟି ପ୍ରାୟ ୩ଶହ ମିଟର ଦୂର ପର୍ଯ୍ୟନ୍ତ ଓହଳି ରହିଥିବା ବେଳେ ଭୂମିରୁ ମାତ୍ର ୧୫ ଫୁଟ ଉଚ୍ଚତାରେ ଓହଳି ରହିଥିବା ଦେଖିବାକୁ ମିଳିଛି । ବହୁବାର ଅଭିଯୋଗ କରାଯାଇଛି ହେଲେ ଅଭିଯୋଗର କୌଣସି ସୁଫଳ ମିଳୁନାହିଁ । ଓହଳିଥିବା ବିଦ୍ୟୁତ୍‌ ତାର ତଳେ ଥିବା ପଣସ ଗଛ, ମହୁଲ ଗଛ, ଆମ୍ବ ଗଛ, ବାଉଁଶ ଓ ବର ଗଛରେ ଲାଗିଯାଇଥିବା ଦେଖି ଲୋକମାନଙ୍କ ମନରେ ଭୟ ଜାତ ହେଉଛି । ଚଳିତ ବର୍ଷ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଥିବା ଗଛ ଗୁଡିକରୁ ଭୟରେ ଲୋକେ ପଣସ ତୋଳି ନାହାନ୍ତି । କାରଣ ଏଥିରେ ଜୀବନ ଚାଲିଯିବାର ଭୟ ଥିବା ସହ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ବାଧା ପ୍ରାପ୍ତ ହୋଇଥିବା ଦେଖାଦେଇଛି । ଗଛ ଗୁଡ଼ିକରେ ତାର ଲାଗିଯାଉଥିବାରୁ ଅଧିକାଂଶ ସମୟରେ ବିଦ୍ୟୁତ୍‌ ଏହି ଅଞ୍ଚଳରେ ରହୁନାହିଁ । କର୍ମଚାରୀମାନେ ଆସି ଖାଲି ଦେଖିକି ଗଛର ଡାଳ ଗୁଡ଼ିକ କାଟିଦେଇ ଯାଉଥିବା ବେଳେ ଏହି ତାରକୁ ଟାଣି ଠିକ୍‌ କରୁନଥିବା ଅଭିଯୋଗ ହୋଇଛି । ତଥାପି କର୍ତ୍ତୃପକ୍ଷ ଏହାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି । କୌଣସି ଦୁର୍ଭାଗ୍ୟ ଜନକ ଦୂର୍ଘଟଣା ଘଟି କାହା ଜୀବନ ଚାଲିଗଲେ ହିଁ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିବ ବୋଲି ଲୋକମାନଙ୍କ ଗହଣରେ ଆଲୋଚନା ହେଉଥିବା ବେଳେ ଅସନ୍ତୋଷ ଦେଖା ଦେଇଛି । ପୂର୍ବରୁ ଅନେକ ଥର ଏହି ଗଛ ପାଖ ପାଖି ଯାଉଥିବା ଲୋକମାନେ ବିଦ୍ୟୁତ୍‌ ଝଟକା ପାଇଥିବା କହିଛନ୍ତି ଗ୍ରାମବାସୀ । ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବୀ କରିବା ସହ କୌଣସି ଜଟିଳ ପରିସ୍ଥିତି କୁ ନିମନ୍ତ୍ରଣ ନକରିବା ପାଇଁ ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

13 + ten =