ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ

0 48

ପୁରୀ : ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ । ଗତକାଲି ରାତି ପ୍ରାୟ ୧ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ,ଧାନ, ଚାଉଳ, ମୁଗ ବ୍ୟାପକ ନଷ୍ଟ ହୋଇଥିବାବେଳେ ଘରେ ଥିବା ବାଇକ ପୋଡ଼ି ନଷ୍ଟ ହୋଇଛି । ଘଟଣା ସ୍ଥଳରେ ପିପିଲି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଭିଯୋଗ ଅନୁସାରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ନକୁଳ ସ୍ୱାଇଁଙ୍କ ଘରେ ନିଆଁ ଲଗାଇବା ପରେ ଏହି ନିଆଁ ଘରକୁ ଲାଗିଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ୧୦ ବଖରା ଘରକୁ ପୋଡ଼ି ନଷ୍ଟ ହୋଇଯାଇଚି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଯାଇଥିବାର ଅଗ୍ନି ବିପନ୍ନ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

hiranchal ad1
Leave A Reply

Your email address will not be published.

one × 4 =