ଚେସ୍‌ ଅଲିମ୍ପିଆଡ : ଖେଳ ମଝିରେ ବେହୋସ ହୋଇଗଲେ ଇସ୍ତୋନିଆ ଖେଳାଳି

0 60

ମମଲାଲାପୁରମ୍‌ (ତାମିଲନାଡୁ) : ଏବେ ତାମିଲଡ଼ାଡ଼ୁରେ ଚାଲିଛି ୪୪ତମ ଚେସ୍‌ ଅଲିମ୍ପିଆଡ । ଆଜି ପ୍ରତିଯୋଗିତା ଚାଲିଥିବା ବେଳେ ଅଘଟଣ ଘଟିଥିିଲା । ଇଷ୍ଟୋନିଆର ଜଣେ ଚେସ ଖେଳାଳି ଖେଳୁଥିବା ବେଳେ ହଠାତ ବେହୋସ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି । ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଲ ଇଣ୍ଡିଆ ଚେସ ଫେଡେରେଶନ (ଏଆଇସିଏଫ)ର ସଭାପତି ସଞ୍ଜୟ କପୁର କହିଛନ୍ତି ଯେ ୩୯ ବର୍ଷିୟ ନେପ ମାଇଲ୍ସ ଏଠାରେ ଜାମାଇକା ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଖେଳିବାବେଳେ ବେହୋଶ ହୋଇଯାଇଥିଲେ । ମାଇଲ୍ସଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

hiranchal ad1
Leave A Reply

Your email address will not be published.

5 + fourteen =