ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ

0 98

ପୁରୀ : ଆଜି ରେଳ ବିଭାଗ ପକ୍ଷରୁ ତିନି ରଥର ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ରେଳ ବିଭାଗର ସ୍ୱତନ୍ତ୍ର ଇଞ୍ଜିନିୟର ରଥ ଗୁଡିକର ଚକର ଉଚ୍ଚ଼ତା, ଚକରୁ ଚକର ବ୍ୟବଧାନ ଓ ଦଣ୍ଡା ନିର୍ମାଣର ମାପ କରିଥିବା ଦେଖିବାକୁ ମିଳିଛି । ସାଧାରଣତଃ ରଥଯାତ୍ରାରେ ରେଳ ବିଭାଗ ପକ୍ଷରୁ ଜଗ ଯୋଗାଇ ଦିଆଯାଇଥିବା ବେଳେ ରଥ ମୋଡ଼ ଓ ତିନି ରଥକୁ ସାଇଜ କରିବା ପାଇଁ ରେଳ ବିଭାଗର ସାହାର୍ଯ୍ୟ ନିଆଯାଇଥାଏ । ତେବେ ଚଳିତ ବର୍ଷ ରେଳ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ନେଇ ଯୋଜନା ରହିଥିବା ବେଳେ ରେଳ ବିଭାଗର ଅଧିକାରୀ ମାନେ ଏନେଇ ଯାଞ୍ଚ କରିବା ସହ ମାପଚୁପ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

1 × 4 =