ଏଥର ରଥଯାତ୍ରାକୁ ଆସିପାରନ୍ତି ୨ଗୁଣା ଭକ୍ତ

0 64

ପୁରୀ:ପୁରୀ ଜିଲ୍ଲା ପ୍ରଶାସନର ଚଳିତ ବର୍ଷ ପାଇଁ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଚି । ପୁରୀ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗର ଅଫିସର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଚଳିତ ବର୍ଷ କିଭଳି ଶାନ୍ତିଶୃଙ୍ଖଳାରେ ରଥଯାତ୍ରା ଆୟୋଜନ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ପକ୍ଷରୁ କରାଯାଇ ଥିବା ଆକ୍ସନ ପ୍ଲାନ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପୁରୀ ଜିଲାପାଳଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ କରାଯାଇଛି । ଯଦି କୋଭିଡ ସ୍ଥିତି ପ୍ରଭାବ ହୀନ ରୁହେ ଭକ୍ତଙ୍କୁ ନେଇ କିଭଳି ରଥଯାତ୍ରା ହେବ ଏବଂ ଯଦି କୋଭିଡ ଯୋଗୁ ବିନା ଭକ୍ତରେ ରଥଯାତ୍ରା ହୁଏ କିଭଳି ବ୍ୟବସ୍ଥା ହେବ ସେ ନେଇ ଆଲୋଚନା ହୋଇଥିଲା । ଗତ ଦୁଇ ବର୍ଷ କୋଭିଡ କଟକଣା ଯୋଗୁ ବିନା ଭକ୍ତରେ ରଥଯାତ୍ରା ହୋଇଥିଲା । ଏଣୁ ଚଳିତ ବର୍ଷ ରଥଯାତ୍ରାରେ ଯେତିକି ଲୋକ ଆସନ୍ତି ତାର ଅଧିକ ଦେଢରୁ ଦୁଇ ଗୁଣା ହିସାବରେ ସବୁ ବ୍ୟବସ୍ଥା ହେବ । ଆସନ୍ତା ଏକ ସପ୍ତାହ ପରେ ଆଉ ଏକ ବୈଠକ ଅନୁଷ୍ଠିତ ହେବ ଓ ସବୁ ବ୍ୟବସ୍ଥାର ରିଭ୍ୟୁ ହେବ । ପୂର୍ବ ଭଳି ଅଗାମୀ ଦିନରେ ରଥଯାତ୍ରା ସମନ୍ୱୟ ବୈଠକ ମଧ୍ୟ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି କହିଛନ୍ତି ଚଳିତ ବର୍ଷ ରଥଯାତ୍ରାକୁ ୟୁନେସ୍କେରେ ସ୍ଥାନ ଦେବା ପାଇଁ ସମସ୍ତ ବ୍ୟବସ୍ଥା ହେବ । ୧୪ ଲକ୍ଷ ଭକ୍ତ ଚଳିତ ବର୍ଷ ରଥଯାତ୍ରାରେ ଆସିବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି ।

hiranchal ad1
Leave A Reply

Your email address will not be published.

9 − 3 =