ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉନ୍ନତ, ୧୫୦ ମହିଳାଙ୍କୁ ଆତ୍ମନିଯୁକ୍ତି ସହାୟତା

0 77

ରାୟଗଡା,୧୨/୧୧: କୃଷକମାନଙ୍କ ଜୀବିକା ଉପାର୍ଜନରେ ଅଭିବୃଦ୍ଧି ଆଣିବା ଲକ୍ଷ୍ୟକୁ ହାସଲ କରିବାପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନରେ ଥିବା ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉନ୍ନତ ( ଉତ୍କଳସ୍‌ ଆକ୍ସନ ଫର ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ୍‌) ଆରମ୍ଭ କରିଛି । ଭାରତ ରୁରାଲ୍‌ ଲାଇଭଲିହୁଡ୍‌ ଫାଉଣ୍ଡେସନ ଓ (ବିଆରଏଲଏଫ୍‌) ସହ ମିଳିତ ଭାବେ ରାୟଗଡାର କାଶୀପୁର ବ୍ଲକ୍‌ ଓ କଳାହାଣ୍ଡିର ଥୁଆମୁଳା ରାମପୁର ବ୍ଲକ୍‌ରେ ଏହି ପ୍ରୋଜେକ୍ଟ ଚାଲିଛି । ଏହି ପ୍ରୋଜେକ୍ଟ ମାଧ୍ୟମରେ ମହିଳାଙ୍କୁ ନୂଆ ଚାଷ ପ୍ରଣାଳୀ ଓ ଫାର୍ମ ପଦ୍ଧତି ସମ୍ପର୍କରେ ତାଲିମ ଦେଇ ସେମାନଙ୍କୁ ଆତ୍ମନିଯୁକ୍ତି ଦେବାକୁ ପ୍ରୟାସ କରାଯାଉଛି । ପ୍ରାୟ ୧୫୦ ମମିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଧିଙ୍ଗିରି ଓ ପାଳଛତୁ, ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏହା ସେମାନଙ୍କ ପାଇଁ ଉପଯୋଗୀ ହେବା ସହ ସେମାନଙ୍କ ମାସିକ ଆୟରେ ୩ରୁ ୪ ହଜାର ବୃଦ୍ଧି ମଧ୍ୟ ହୋଇପାରିଛି । କୁଚିପଦା ଗାଁର ସାଇବାବା ସ୍ୱୟଂ ସହାୟକ ଗୋଷ୍ଠୀ ଉନ୍ନତ ପ୍ରୋଜେକ୍ଟରେ ପ୍ରଂଶସନୀୟ କାମ କରିଛି । ଉତ୍କଳ ଆଲୁମିନାର ୟୁନିଟ୍‌ ମୁଖ୍ୟ ମଜହାର ବୈଗ୍‌ କହିଛନ୍ତି, ଆମେ ସାମାଜିକ କର୍ପୋରେଟ ଦାୟିତ୍ୱବୋଧ ଅଧୀନରେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ରୟାସ କରୁଛୁ । ଆମ ଟିମ୍‌ ନିୟମିତ ଏହି ପ୍ରୋଜେକ୍ଟକୁ ସମୀକ୍ଷା କରିବାସହ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଆବଶ୍ୟକ ଆର୍ଥିକ ଓ ଅନ୍ୟ ସହାୟତା ଯୋଗାଉଛନ୍ତି । ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ କିଭଳି ବଜାରରେ ବିକ୍ରି କରିବେ ସେଥିପାଇଁ ମଧ୍ୟ ପଦକ୍ଷେପ ନେଉଛୁ । ଓଡି଼ଶାର ୫ଟି ଜିଲ୍ଲାର ୧୨୮ଟି ଗାଁରେ ଥିବା ୫ଲକ୍ଷ ଲୋକଙ୍କ ପାଖରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ପହଞ୍ଚିବା ସହ ପ୍ରାୟ ୨ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁପାରିଛି । ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‌ ଆଣ୍ଡ ରୁରାଲ୍‌ ଡେଭଲପମେଣ୍ଟ ଅଧ୍ୟକ୍ଷା ରାଜଶ୍ରୀ ବିର୍ଲାଙ୍କ ଭିଜନ୍‌ ଓ ମାର୍ଗଦର୍ଶନରେ ପ୍ରୋଜେକ୍ଟ ଉନ୍ନତି ଆରମ୍ଭ ହୋଇଛି । ସମାଜର ଆର୍ଥିକ ଅନଗ୍ରସର ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା, ସେମାନଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ସହ ଜାତିସଂଘର ସତତ ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ପୂରଣକୁ ଏକ ଭିଜନ୍‌ ଭାବେ ନେଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − 11 =