ଆଜି ମଧ୍ୟ ବଞ୍ଚି ରହିଛି ମାନବିକତା:ଫେରାଇଲେ ମୋବାଇଲ ଓ ଗହଣା

0 192

ଫୁଲବାଣୀ:-ଗତ (ସୋମବାର )ଅପରାହ୍ନ ୪ଟା ସମୟରେ ନୟାଗଡରୁ ଫୁଲବାଣୀ ଅଭିମୁଖେ ଆସୁଥିଲେ ଫୁଲବାଣୀ ଜଗନ୍ନାଥ ସାହିର ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଓ ତାଙ୍କ ଭାଇ ସନ୍ତୋଷ ପୃଷ୍ଟି । କିଛିଟା ଅସାବଧାନତା ବଶତଃ ପ୍ରଫୁଲ୍ଲ ପୃଷ୍ଟିଙ୍କ ସ୍ତ୍ରୀ ମାମା ପୃଷ୍ଟି ଧରିଥିବା ଦୁଇଟି ମୋବାଇଲ ଓ ଏକ ସୁନାର ମଙ୍ଗଳସୂତ୍ର ଓ କିଛି ଟଙ୍କା ପଡିଯାଇଥିଲା । ବହୁତ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ । ପରେ ପଡିଯାଇଥିବା ମୋବାଇଲ ନମ୍ବରରେ ଫୋନ କରିବାରୁ ଲାଇନ ପଡା ଗ୍ରାମର ସୁବ୍ରତ କୁମାର ପୃଷ୍ଟି ନାମକ ଜଣେ ଲୋକ ଫୋନ ଓ ତା ସହିତ ହଜିଥିବା ଜିନିଷ ପାଇଥିବା କହିଥିଲେ ।

hiring

ସେ କହିଥିଲେ ଆପଣଙ୍କ ଜିନିଷ ମୁଁ ସୁରକ୍ଷିତ ରଖିଛି ମୁଁ ନିଜେ ଯାଇ ଆପଣଙ୍କୁ ଫୁଲବାଣୀ ଯାଇ ଦେଇଆସିବି କିନ୍ତୁ ସୁବ୍ରତ ଭାଇଙ୍କ କିଛିଟା ଅଫିସ କାମ ପଡିବାରୁ ସେଦିନ ସେ ଭୁବନେଶ୍ୱର ଚାଲିଗଲେ । ଗତକାଲି ସେ ପ୍ରଫୁଲ୍ଲ ପୃଷ୍ଟିଙ୍କ ସହ ଯୋଗାଯୋଗ କରି ବାଣିଗୋଚ୍ଛା ଆସିବାକୁ କହିଥିଲେ । ପ୍ରଫୁଲ୍ଲ ପୃଷ୍ଟି ଏବଂ ଭି ଜଗନ୍ନାଥ ରାଜୁ ବାଣିଗୋଚ୍ଛା ଯାଇ ତାଙ୍କ ଠାରୁ ହଜିଥିବା ସମସ୍ତ ଜିନିଷକୁ ସୁରକ୍ଷିତ ଭାବେ ଆଣିଥିଲେ । ଏଭଳି ଚିନ୍ତାଧାରା ରଖିଥିବା କେ.ପି.ଏଲର ଷ୍ଟାଫ ମାନଙ୍କୁ ପ୍ରଫୁଲ୍ଲ ପୃଷ୍ଟି ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

19 − 8 =