ଜେଲେନସ୍କିଙ୍କ ସହ କଥା ହେଲେ ମୋଦି, ଏହି କାମ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

0 98

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଫୋନ୍‌ କଲ୍‌ ପ୍ରାୟ ୩୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା । ଉଭୟ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଭାରତ ସରକାର ସୂତ୍ରରୁ ପ୍ରକାଶ ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ପ୍ରତ୍ୟାବର୍ତ୍ତନରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ନାଗରିକଙ୍କୁ ସୁମିରୁ ବାହାର କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ମଧ୍ୟ ୟୁକ୍ରେନ ସରକାରଙ୍କ ନିରନ୍ତର ସମର୍ଥନ ଲୋଡିଛନ୍ତି ।

hiranchal ad1
Leave A Reply

Your email address will not be published.

17 − sixteen =