“ସକାଳ’ ଖବରକାଗଜ ତରଫରୁ ବିତର୍କ ପ୍ରତିଯୋଗିତା : ଉଭୟ ବିଭାଗରେ ଛାତ୍ରୀମାନେ ପ୍ରଥମ

0 122

ସୁବର୍ଣ୍ଣପୁର: ଦୈନିକ ଓଡିଆ ଖବରକାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର ଉପଲକ୍ଷେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଜ୍ଞା ଭାରତୀ ହାଇସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଜୁନିଅର ବିଭାଗରେ ୧୩ ଜଣ ପ୍ରତିଯୋଗୀ ଏବଂ ସିନିଅର ବିଭାଗରେ ୨୦ ଜଣ ପ୍ରତିଯୋଗୀ ସାମିଲ ଥିଲେ । ତେବେ ଜୁନିଅର ବିଭାଗରେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସିନିଅର ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସଞ୍ଚିତା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତେବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଉଭୟ ପ୍ରତିଯୋଗୀଙ୍କୁ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ମିଳିବ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସମାରୋହର ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ତେବେ ସମସ୍ତ ପ୍ରତିଯୋଗୀଙ୍କ ଅଭିଭାଷଣ ପ୍ରଦାନର ଦକ୍ଷତାକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ତେବେ ବିଚାରକ ଭାବେ ଜୁନିଅର ବିଭାଗରେ ମହିଳା ମହାବିଦ୍ୟାଳୟର ପ୍ରଫେସର ମଦନସୁନ୍ଦର କ୍ଷେତୀ, କବି ତଥା ଆଇନଜୀବୀ ଅଦ୍ୱେତ ପ୍ରସାଦ ପଣ୍ଡା ଏବଂ ରାଜ୍ୟ ସଂଗୀତ ନାଟକ ଏକାଡେମୀର ସଦସ୍ୟ ଶାଶ୍ୱତ ତ୍ରିପାଠୀ ଯୋଗ ଦେଇଥିଲେ । ସିନିଅର ବିଭାଗର ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ଲୋକେଶ ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ୍‌ ରମେଶ ନାୟକ ଏବଂ କବି ତଥା ଶିକ୍ଷାବିତ୍‌ ଶ୍ରୀଧର ବାଗ ଯୋଗଦେଇ ଥିଲେ । ତେବେ ପ୍ରଜ୍ଞା ଭାରତୀ ହାଇସ୍କୁଲ ମୁଖ୍ୟ ସନ୍ତୋଷ ପୂଜାରୀ, ନାଟ୍ୟଚକ୍ର ନିର୍ଦ୍ଦେଶକ ମନୋଜ ବାରିକ, ସ୍ୱେଚ୍ଛାସେବୀ ଗୋବିନ୍ଦ ଡାଙ୍ଗ ପ୍ରମୁଖ ବିତର୍କ ପ୍ରତିଯୋଗିତା ଆୟୋଜନ ପାଇଁ ସହଯୋଗ କରିଥିଲେ । ଶେଷରେ ସକାଳ ଜିଲ୍ଲା ପ୍ରତିନିଧି ଧରଣୀ ଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − one =