ସମ୍ବଲପୁର ଜିଲ୍ଲାରେ ପୁଣି ବଢିଲାନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 73

ସମ୍ବଲପୁର: ବେଶ କିଛିଦିନ ସ୍ଥିତି ସାମାନ୍ୟ ରହିବାପରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ଉଦବେଗଜନକ ହେବାକୁ ଲାଗିଛି । ଗତ କିଛି ଦିନର ସ୍ଥିତି ଅନୁଧ୍ୟାନ କଲାପରେ ଯାହା ଜଣାପଡୁଛି ଦୈନିକ ପାଖାପାଖି ୫୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଓଡ଼ିଶାରେ ହଜାରେ ଉପରକୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଓ ତନ୍ମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୩୧ ଜଣ ରହିଛନ୍ତି । ଏହାର ପୂର୍ବଦିନ ଏହି ସଂଖ୍ୟା ୩୦, ତହିଁ ପୂର୍ବଦିନ ଏହା ୧୪ ଓ ତାହା ପୂର୍ବରୁ ଏହା ୬ ରହିଥିଲା । ଏଭଳି ଜ୍ୟାମିତିକ ସୂତ୍ରରେ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ସମସ୍ତେ ଚିନ୍ତିତ ରହିବା ସ୍ୱାଭାବିକ । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ପୂର୍ବପରି ସତର୍କତା ଅବଲମ୍ବନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏସଂକ୍ରାନ୍ତରେ କୁହାଯାଇଛି କି ଦୋକାନ ବଜାରରେ ଗହଳି ନକରି ଯଥା ଶକ୍ତି ସାମାଜିକ ଦୂରତା ରକ୍ଷା କରିବା ଓ ନିୟମିତ ଭାବେ ହାତକୁ ସାନିଟାଇଜ କରନ୍ତୁ । ସବୁଠାରୁ ଚିନ୍ତାର ବିଷୟ ଯେ ଏଠାକାର ସ୍ଥିତି ଏଭଳି ଜଟିଳ ସତ୍ତେ୍ୱ ଜନସାଧାରଣଙ୍କ ମଧ୍ୟରେ ଏହାକୁ ନେଇ କୌଣସି ସଚେତନତା ଦେଖାଯାଉ ନାହିଁ ।

hiranchal ad1
Leave A Reply

Your email address will not be published.

9 − five =