ପୁରୀ- ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ଆଜି ଭୋର ୪ଟା ୨୦ରେ ଏହି ଅଘଟଣ ଘଟିଛି। ପହଡ଼ ଖୋଲିବା ନେଇ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ମୃତକମାନେ ହେଲେ ଖୋର୍ଦ୍ଧା ଗୋବଦ୍ଧନପୁର ଅଞ୍ଚଳଟ ବାସନ୍ତୀ ସାହୁ (୩୬), ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ପ୍ରେମକାନୁ ମହାନ୍ତି (୭୮) ଏବଂ ବାଲିପାଟଣା ଅଠାନର ଅଞ୍ଚଳର ପ୍ରଭାତୀ ଦାସ ।ଏହା ଛଡ଼ା ଠେଲ। ପେଲା ରେ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
