ସୁଙ୍ଗୁଡା ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଞ୍ଜୁଲତା ସ୍ୱାଇଁ

0 324

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମତୀ ଅଞ୍ଜୁଲତା ସ୍ୱାଇଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଶେଷ ହେବା ପରେ ବିଜୟୀ ପ୍ରାର୍ଥିନୀ ଶ୍ରୀମତୀ ସ୍ୱାଇଁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଙ୍ଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର ସହଯୋଗୀଙ୍କ ସହ ପହଞ୍ଚି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ଠାରୁ ବିନ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଅନୀୟ ଦାଶ ସହଯୋଗ ପ୍ରଦାନ କରିଥିଲେ ।

hiring

ଏଥିରେ ୱାର୍ଡ ସଭ୍ୟା ଗୀତାଞ୍ଜଳି ଜେନା, ସୁଜିତ ଜେନା, ବିନତି ଜେନା, ଲକ୍ଷ୍ମୀପ୍ରିୟା ଜେନା, ଅଦୈତ ବେହେରା, ଅନୁରାଧା ଜେନା, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନାତନ ନାୟକ, ଗୌରାଙ୍ଗ ବିଶ୍ୱାସ, କିଶୋର ପଲେଇ, ତଫିର ଉଦ୍ଦିନ ଖାନ, ମହମ୍ମଦ ରିୟାଜ, ଅସୀମ ଉଦ୍ଦିନ ଖାନ, ଅନିଶ ଉଦ୍ଦିନ ଖାନ, ପରୀକ୍ଷିତ ଜେନା,ପ୍ରମୋଦ ଜେନା, ଡମ୍ବରୁଧର ବାରିକ, ଅମୂଲ୍ୟ ଜେନା, ଅବଦୁଲ ହନାନ,ବୈକୁଣ୍ଠ ସ୍ୱାଇଁସହ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

five × 5 =