ତ୍ରିବେଣୀ ସଂଗମ ଠାରେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ମାରୱାଡି ଯୁବା ମଞ୍ଚର ପ୍ରୟାସ

0 238

ସମ୍ବଲପୁର, ୪/୯- ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ମାରୱାଡି ଯୁବା ମଞ୍ଚ ପବିତ୍ର ତ୍ରିବେଣୀ ସଂଗମ ଠାରେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ପ୍ରୟାସ କରୁଛି । ଏବିଷୟରେ ବିସ୍ତୃତ ସୂଚନା ଦେବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ମାଯୁମର ମୁଖପାତ୍ର ଭାବେ ଦୀନେଶ ଅଗ୍ରୱାଲ ଜଣାଇଛନ୍ତି ଯେ ଦାହ ସଂସ୍କାର ପରେ ସଂକଳିତ ଅସ୍ଥି କଳସ ଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଶ୍ରୀକୃଷ୍ଣ ଗୋଶାଳା ଠାରେ କିଛି ଦିନ ରଖାଯାଏ ଓ ପରବର୍ତ୍ତୀ ସମୟରେ ସେଗୁଡିକୁ ନେଇ ପବିତ୍ର ତ୍ରିବେଣୀ ସଂଗମ ଠାରେ ବିଧିପୂର୍ବକ ବିସର୍ଜନ କରାଯାଏ । ପ୍ରତିବର୍ଷ କିଛି ଅସ୍ଥି କଳସ କିନ୍ତୁ କୌଣସି ନା କୌଣସି କାରଣରୁ ସେଠାରେ ରହିଯାଏ ଓ ପରେ ସେଗୁଡିକୁ ନେଇ ସଂଗମ ଠାରେ ସାମୁହିକ ବିସର୍ଜନ କରାଯାଏ । ଏହିକ୍ରମରେ ଗତବର୍ଷ ୫୭ ଟି ଅସ୍ଥି କଳସର ସେଠାରେ ସାମୁହିକ ବିସର୍ଜନ କରା ଯାଇଥିଲା ଓ ଏ ବର୍ଷ ଏପର୍ଯ୍ୟନ୍ତ ୭୫ରୁ ଊର୍ଦ୍ଧ୍ୱ କଳସ ସେମାନଙ୍କ ପାଖରେ ଗଚ୍ଛିତ ହୋଇ ରହିଛି । ଏବର୍ଷ ଏଗୁଡ଼ିକୁ ନେଇ ଆଗାମୀ ୧୩ ତାରିଖ ସମ୍ବଲପୁରରୁ ବାହାରି ତ୍ରିବେଣୀ ସଂଗମ ଠାରେ ୧୫ ତାରିଖ ଦିନ ସାମୁହିକ ବିସର୍ଜନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ଓ ଏଥିପାଇଁ ସମ୍ବନ୍ଧ ପରିଜନଙ୍କ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଲିଖିତ ଅନୁମତି ଆହ୍ୱାନ କରାଯାଇଛି । ଏବର୍ଷ ସମ୍ବଲପୁର ବ୍ୟତୀତ ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ଅସ୍ଥି କଳସ ଅଣାଯାଇ ସେଗୁଡିକ ନିଜସ୍ୱ ବାହନ ଯୋଗେ ଏଠାରୁ ଏକାସାଙ୍ଗରେ ନେଇ ଯିବାକୁ ସ୍ଥିର କରାଯାଇଛି । ଆଜିକାର ସଭାରେ ଦୀନେଶ ସହିତ ନନ୍ଦ କିଶୋର ଅଗ୍ରୱାଲ, ମଙ୍ଗତୁରାମ ଅଗ୍ରୱାଲ, ଚନ୍ଦ୍ରକାନ୍ତ ସରାଫ, ପ୍ରତୀକ ଅଗ୍ରୱାଲ ଓ ସୁରଜ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ରହିଥିଲେ ।

hiranchal ad1
Leave A Reply

Your email address will not be published.

4 + 15 =