ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜରିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ୨୦୨୧-୨୨ ବର୍ଷ ପ୍ରକୃତି ମିତ୍ର ସମ୍ମାନରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଜଙ୍ଗଲ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଡ. ମେନା ଶର୍ମାଙ୍କ ଉପସ୍ଥିତିରେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ସୁଲେ କେଳା ଧରମ ସିଂହ ବିଦ୍ୟାଳୟରେ ପ୍ରାକୃତିକ ପରିବେଶ ସୁରକ୍ଷା ସଚେତନତା ସୃଷ୍ଟି କରିଥିବାରୁ ଏକ୍ ପ୍ରମାଣ ପତ୍ର ସହ କୋଡ଼ିଏ ହାଜର ଟଙ୍କାର ଏକ ଚେକ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗ୍ରହଣ କରିଛନ୍ତି ।