ମାନବୀୟ ରୀତିନୀତିରେ ସୀତା ବିବାହ ଅନୁଷ୍ଠିତ

0 83

ପାରମ୍ପରିକ ଲୋକ ବାଦ୍ୟ ସହିତ ବାଜୁଛି ଡିଜେ । ଆଉ ଏହାର ତାଳେ ତାଳେ ନାଚୁଛନ୍ତି ଆବାଳ ବୃଦ୍ଧ ବନିତା । ଏହି ଦୃଶ୍ୟ ଏକ ବିବାହ ଉତ୍ସବର ହୋଇଥିଲେ ମଧ୍ୟ ତାହା କୈାଣସି ମଣିଷଙ୍କର ନୁହେଁ ବରଂ ସ୍ବୟଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କର । ବୌଦ୍ଧ ଜିଲ୍ଲାର ବଢିଗାଁ ଠାରେ ଅନୁଷ୍ଠିତ ହେଉଥିବା ନବାହ ପାରାୟଣ ଅବସରରେ ଶନିବାର ସୀତା ମାତାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

hiring

ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ନବାହ ପାରାୟଣ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବଢ଼ିଗାଁ ଠାରେ ଦୀର୍ଘ ୩୪ ବର୍ଷ ଧରି ସମ୍ପୂର୍ଣ୍ଣ ମାନବୀୟ ରୀତିନୀତି ଅନୁସାରେ ସୀତା ମାତାଙ୍କ ବିବାହ ଉତ୍ସବ ସ୍ଥାନୀୟ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ଵାରା ସମାପନ ହୋଇଆସୁଛି । ଝିଅ ବିବାହ ସମୟରେ ଯେଭଳି ପାରମ୍ପରିକ ପିଠାପଣା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଏ ସେହିଭଳି ପରମ୍ପରା ଏହି ସୀତା ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ଏହାଛଡା ଜିଲ୍ଲାର ଦେବଗଡ଼ ଭଳି ବଢ଼ିଗାଁ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହିତ ମାତା ସୀତା,ଭ୍ରାତା ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ସମେତ ମାତା ଉର୍ମିଳାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କାର୍ଯ୍ୟକ୍ରମ ରେ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁମାନେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ ।

hiranchal ad1
Leave A Reply

Your email address will not be published.

12 + 6 =