ଦେବ ଦମ୍ପତିଙ୍କ ସ୍ୱମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ

0 78

ସମ୍ବଲପୁର: ଦୀର୍ଘ ଚାରିଶହ ବର୍ଷରୁ ଅଧିକ ପୁରାତନ ପରମ୍ପରା ପାଳନ ପୂର୍ବକ ଏଠାକାର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ନାଦ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କୁ ବିବାହକାର୍ଯ୍ୟ ଗତକାଲି ମହା ସମାରୋହରେ ସମ୍ପନ୍ନ ହେଲା ପରେ ନବ ବିବାହିତ ଦେବ ଦମ୍ପତ୍ତି ନଗର ପରିକ୍ରମା ସହିତ ଭକ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିବା ପାଇଁ ବିରାଟ ଶୋଭାଯାତ୍ରାରେ ବାହାରି ଥାଆନ୍ତି, ଯାହାକି ଶୀତଳଷଷ୍ଠୀ ଯାତ୍ରା ରୂପେ ପରିଚିତ । ଏହି ଶୋଭାଯାତ୍ରାରେ ସହସ୍ରାଧିକ ଲୋକ କଳାକାରଙ୍କ ସମାଗମ ହୋଇଥାଏ ଓ ସେମାନଙ୍କ କଳା ନିପୁଣତାର ପ୍ରଦର୍ଶନ ଭକ୍ତ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥିଲା ।

hiring

ପ୍ରଥମେ ଏଠାକାର ସର୍ବ ପ୍ରାଚୀନ ଶୈବପୀଠ ସୋମନାଥ ମନ୍ଦିରରୁ ଏହି ଭକ୍ତି ପରମ୍ପରାର ସୂତ୍ରପାତ ହୋଇଥିଲା ବୋଲି ଆମ ଇତିହାସ କହୁଛି । କାଳକ୍ରମେ ଏକାଧିକ ଶିବ ମନ୍ଦିର ଏହାର ଅନୁସରଣ କଲେ ଓ ବର୍ତ୍ତମାନ ସମଗ୍ର ସମ୍ବଲପୁର ନଗର ସହିତ ଏହାର ପୁରପଲ୍ଲୀ ଓ ଏପରିକି ଆଖପାଖ ଜିଲ୍ଲାରେ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଉଛି । ଏହି ଅବସରରେ ଏଠାକାର ଘରେ ଘରେ ବନ୍ଧୁ ସମ୍ପର୍କୀୟ ଓ ଅତିଥିଙ୍କ ଆଗମନ ହେଇଥାଏ ଓ ସମଗ୍ର ସମ୍ବଲପୁର ନଗରୀ ସେମାନଙ୍କ ଉତ୍ସାହ ଓ କୋଳାହଳରେ ଭରି ଉଠେ । ଲୋକଙ୍କ ସମାଗମକୁ ଦେଖି ବ୍ୟାପକ ରୂପେ ବ୍ୟାପାର ମଧ୍ୟ ଜମି ଥାଏ । ଆଜି ଅପରାହ୍ନ ସୁଦ୍ଧା ଦେବ ଦମ୍ପତି ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ ଓ ପ୍ରବେଶ କରିଥାନ୍ତି ।

hiranchal ad1
Leave A Reply

Your email address will not be published.

fourteen − fourteen =