ସ୍ମାର୍ଟ ହେଲଥ କାର୍ଡ | ଗଣିଆରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ବିଧାୟକ

0 115

ନୟାଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଗରିବରୋଗୀଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ବର୍ଷକୁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ସମୁଦାୟ ୧୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରି ହେଲଥ କାର୍ଡ ବଣ୍ଟନ କରୁଛନ୍ତି । ଏହି ପରିପେକ୍ଷୀରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପରିସରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଶିରୀୟଲ ଶୁଭ୍ର ପଟେଲଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲାର ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରେଶନ କାର୍ଡଧାରୀମାନଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ ।

hiring

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ ଶେଷଦେବ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ସରପଞ୍ଚ ସସ୍ମିତା ଲେଙ୍କା, ଆଡକଟା ସମିତିସଭ୍ୟ ଚନ୍ଦ୍ରଶେଖର ସାହୁ, କରଡ଼ାପଡା ସମିତିସଭ୍ୟ ନରେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକରେ ମୋଟ ୯୦୧୦ ଜଣଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଥିବା ବେଳେ ଆଜି ଗଣିଆ ପଞ୍ଚୀୟତରେ ୫୦୭ ଜଣଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯାଇଛି । ବ୍ଲକର ଆଉ ୭ଗୋଟି ପଞ୍ଚାୟତର ହିତାଧିକାରୀଙ୍କୁ ଚଳିତ ମାସ ୧୭ ତାରିଖ ଶୁକ୍ରବାର ଦିନ ନିଜନିଜ ପଞ୍ଚାୟତରେ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ପଟେଲ ସୂଚନା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × two =