ସୁବର୍ଣ୍ଣପୁର ୧୧/୧୦- ସୋନପୁର ଢେରାପଡା ଠାରେ ନୂତନ ଭାବେ ନିର୍ମାଣ ହେଉଥିବା ବୁଢିମା ମନ୍ଦିରର କାମକୁ ବୁଲିଦେଖିଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ । ଏଥିପାଇଁ ଆଜି ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ବୁଢିମା କ୍ଲବ ପରିସରରେ ଉଚ୍ଛ୍ୱର୍ସିତ ସମ୍ବର୍ଦ୍ଧନାଜ୍ଞାପନ କରାଯାଇଥିଲା । ପରେ ସେ ପଡାର ବରିଷ୍ଠ ଓ ଯୁବ ସଦସ୍ୟଙ୍କ ସହ ଭାବ ବିନିମୟ କରି ମନ୍ଦିର ନିର୍ମାଣ ସ୍ଥଳିକୁ ଯାଇ ମନ୍ଦିର ନିର୍ମାଣ ସଂପର୍କରେ ଉପସ୍ଥିତ ସମସ୍ତଙ୍କ ସହ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଥିବା ସୁଦକ୍ଷ କାରିଗରଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଇବା ଉପରେ ମତ ରଖି ମନ୍ଦିର ନିର୍ମାଣ କାମରେ ତଥା ସଂପୃକ୍ତ ୱ ।ର୍ଡ଼ର ସମସ୍ତ ଉନ୍ନୟନ କାମପାଇଁ ଅର୍ଥର ଅଭାବ ରହିବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶ ଥାଉକି ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନିର୍ମାଣ ହେବାକୁଥିବା ଏହି ବୁଢିମା ମନ୍ଦିର ପାଇଁ ମୋଟ ୫୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଥିବା ମନ୍ଦିର ନିର୍ମାଣ କମିଟିର ସଭାପତି କେ. ସହଦେବ ପାତ୍ରଙ୍କ ସୁତ୍ରରୁ ଜଣାପଡିଛି ।