ଗାଡ଼ିରୁ ଜବତହେଲା ୪୦ କେଜି ଗଞ୍ଜେଇ,୨ ଗିରଫ

0 168

ସୁବର୍ଣ୍ଣପୁର,୨୫/୨- ଗଞ୍ଜେଇ କରିଡ଼ରରେ ପରିଣତ ହୋଇଛି ସୁବର୍ଣ୍ଣପୁର । ଜିଲ୍ଲା ମଧ୍ୟ ଦେଇ ବିପୁଳ ପରିମାଣରେ ବେଆଇନ ଭାବେ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହି ବେଳାରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଧରପଗଡ଼ କରାଯାଉଛି । ଆଜି ପୁଣି ବିପୁଳ ପରିମାଣର ଗଂଜେଇ ଜବତ କରାଯିବା ସହିତ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଅବକାରୀ ବିଭାଗର କର୍ମଚାରୀମାନେ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଆଜି ପ୍ରାୟ ସକାଳ ୮ ଟା ୩୦ ସମୟରେ ମନମୁଣ୍ଡା ଅଞ୍ଚଳରୁ ସୁବର୍ଣ୍ଣପୁର ସହର ପ୍ରବେଶପଥ ଦେଇ ପାଟଣାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଅବକାରୀ ବିଭାଗର କର୍ମଚାରୀମାନେ ଚଳନ୍ତା ଗାଡି ଉପରେ ଚଢାଉ କରିଥିଲେ । ଏକ ଚାରିଚକିଆ କେୟୁଭି ଗାଡିରେ ଏହି ଗଂଜେଇ ଚୋରା ଚାଲାଣ କରାଯାଉଥିଲା । ଅବକାରୀ ବିଭାଗର କର୍ମଚାରୀମାନେ କେୟୁଭି ଗାଡିଟିକୁ ସହରର ପଟାଭାଡି ନିକଟରେ ଅଟକାଇଥିଲେ । ହେଲେ ଗାଡି ଡ୍ରାଇଭର ଅବକାରୀ କର୍ମଚାରୀଙ୍କୁ ଦେଖି ଖୁବ କ୍ଷୀପ୍ର୍ରଗତିରେ ଗାଡି ନେଇ ସହର ଭିତରେ ଯାଉଥିଲା । ତେବେ ଅବକାରୀ କର୍ମଚାରୀମାନେ ଗାଡ଼ିଟିକୁ ସହରର ପଟାଭାଡି ଛକରେ ଅଟକାଇବାରେ ସକ୍ଷମ ହୋଇଥିଲେ । ଗାଡିରୁ ଓହ୍ଲାଇ ବେପାରୀ ଦୁଇ ଜଣ ଦୌଡି ପଳାଇଯାଉଥିବା ସମୟରେ ଅବକାରୀ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତେବେ ଅବକାରୀ ବିଭାଗର କର୍ମଚାରୀମାନେ ଗଂଜେଇ ବୋଝେଇ ଗାଡି ସହିତ ଉଭୟ ବେପାରୀଙ୍କୁ ଗିରଫ କରିଛନ୍ତି । ଗାଡି ତନଖି ବେଳେ ଗାଡିରୁ ଏକ କେଜି ଗଂଜେଇ ବିଶିଷ୍ଟ ୪୦ ପ୍ୟାକେଟ ଗଂଜେଇ ବାହାରିଥିଲା । ତେବେ ଏହି ଗଞ୍ଜେଇ କନ୍ଧମାଳ ମୋହନା ଅଂଚଳରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଦେଇ ସୁବର୍ଣ୍ଣପୁର ସହରକୁ ପ୍ରବେଶ କରିଥିବା ଜିଲ୍ଲା ଅବକାରୀ ଅଧିକ୍ଷୀକା ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ବୌଦ୍ଧ ଜିଲ୍ଲା ଶଗଡା, କଣ୍ଟାମାଳ ଓ ବାଉଁଶୁଣୀ ଅଂଚଳରୁ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଂଜେଇ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ଏହି ଚୋରାଚାଲାଣ ରୋକିବାରେ ବିଫଳ ହେଉଛି । ତେବେ ଖବରପାଇ ଅବକାରୀ ବିଭାଗ ଆଜି ଗାଡିଟିକୁ ଅଟକାଇ ଗଂଜେଇ ଜବତ କରିବାରେ ସକ୍ଷମ ହୋଇଛି । ଅବକାରୀ ବିଭାଗ ଦ୍ୱାରା ଗିରଫ ୨ଜଣ ଛତିଶଗଡ଼ର ଚନ୍ଦନ କୁମାର ଓ ରାଜ ଯାଦବ ବୋଲି ଜଣାପଡିଛି । ଏହି ଚୋରାଚାଲାଣ ଉପରେ ଏକ ମାମଲା ରୁଜୁ କରି ଏହି ଗଂଜେଇ ଚାଲାଣ କରିବାରେ କିଏ କିଏ ସବୁ ସଂପୃକ୍ତ ଅଛନ୍ତି ଅବକାରୀ ବିଭାଗ ତାର ଅନୁସନ୍ଧାନ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଅବକାରୀ ନୀରିକ୍ଷିକା ସୁମତି ତ୍ରିପାଠୀ ।

hiranchal ad1
Leave A Reply

Your email address will not be published.

eighteen − 14 =