ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ସୁବର୍ଣ୍ଣପୁର ଠାରେ ହସ୍ତତନ୍ତ ମଲ୍‌ର ଭିତ୍ତିିପ୍ରସ୍ତର ସ୍ଥାପନ

0 107

ସୁବର୍ଣ୍ଣପୁର,୨୧/୧୦ – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ସଦର ମହକୁମାଠାରେ ହସ୍ତତନ୍ତ ମଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଳାର ଓସ୍ୱାନ କେନ୍ଦ୍ରଠାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଡ଼ବ୍ଲୁଓଡିସି ହସ୍ତତନ୍ତ ମଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ଫଳକର ଶୁଭ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ସି ଡି ଓ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଅଧ୍ୟକ୍ଷା ପୌରପରିଷଦ ସୋନପୁର ତାମସୀ ତାମସ୍ମିତା ନାଏକ, ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅଧୀକ୍ଷଣ ଯନ୍ତ୍ରୀ କୋଠାବାଡ଼ି ଦାମୋଦର କୈବର୍ତ୍ତ, ଜିଲ୍ଳା କାର୍ଯ୍ୟ ନିର୍ବାହୀ ଅଧିକାରୀ ଚତୁର୍ଭୁଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ପରେ ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ଉପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ଓ ସେ କହିଥିଲେ ଯେ ଆମ ଜିଲ୍ଳା ହସ୍ତତନ୍ତ ଓ ହସ୍ତ ଶିଳ୍ପ କାରୁକାର୍ଯ୍ୟ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଛି । ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟ ତଥା ସେମାନଙ୍କ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ପରିଷଦ ୬ କୋଟି ୪୫ ଲକ୍ଷ ବ୍ୟୟରେ ହସ୍ତତନ୍ତ ମଲ ନିର୍ମାଣ ପାଇଁ ପଦକ୍ଷେପ ସ୍ୱରୂପ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିବା ସହିତ ଏହି ଜିଲ୍ଲାର ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ପରିଷଦ ତରଫରୁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ପୁନଶ୍ଚ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପରିଚାଳିତ କାଫେଟେରିଆର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଦିଆଯାଇଛି ଓ ସେହିପରି ଡୁଙ୍ଗୁରିପାଲି ବ୍ଲକର ରାମପୁର ଠାରେ ବିଜୁ ଗ୍ରାମୀଣ ବଜାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

three × 5 =