ସତ୍ୟସାଇ ସେବା ସମିତି ପକ୍ଷରୁ ଚିନ୍ତନ ଓ ସମୟର ସୁପରିଚାଳନା ଶୀର୍ଷକ ଆଲୋଚନା ଚକ୍ର

0 175

ସୁବର୍ଣ୍ଣପୁର ୬/୧୧- ଆଜି ସୁବର୍ଣ୍ଣପୁର ଜିଲ୍ଲା ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ଥାନୀୟ ସୋନପୁର ମହାବିଦ୍ୟାଳୟ ଓ ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ପର୍ଯ୍ୟାୟକ୍ରମେ ଚିନ୍ତନ ଓ ସମୟର ସୁପରିଚାଳନା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଉପସ୍ଥିତ ସମସ୍ତଙ୍କ ଦ୍ୱ ।ରା ଓଁକାରମ୍‌ ଗାନ ପରେ ସତ୍ୟସାଇ ବାବାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ପରେ ସତ୍ୟସାଇ ସେବା ସମିତିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଗୁଣନିଧି ପାତ୍ର ସ୍ୱ ।ଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସତ୍ୟସାଇ ସେବା ସମିତିର ପ୍ରତିଷ୍ଠାତା ସଭ୍ୟ ତଥା ପୂର୍ବତନ ସଭାପତି ଶିବନାରାୟଣ ମିଶ୍ର ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର ମୁଖ୍ୟବକ୍ତା ଭାବରେ କଟକ ରେଭେନ୍ସା ୟୁନିଭର୍ସିଟିର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ଅମିୟ ରଞ୍ଜନ କାନୁନଗୋ ଯୋଗଦେଇ ଚିନ୍ତନ ଓ ସମୟର ସୁପରିଚାଳନା ସଂପର୍କରେ ଏକ ତତ୍ତ୍ୱଭିତ୍ତିକ ବକ୍ତବ୍ୟ ରଖିଥିଲେ । ଏଥିରେ ଅନ୍ୟତମ ବକ୍ତା ଭାବରେ ଇତିହାସ ବିଭାଗ ପ୍ରଧ୍ୟାପକ ଡ଼ଃ ହିମାଂଶୁ ଶେଖର ପାଢ଼ୀ ବକ୍ତବ୍ୟ ରଖି ଥିବା ବେଳେ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ସୌରଭ ରଞ୍ଜନ ଖମାରୀ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଇତିଶ୍ରୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।ଏହା ପରେ ଅପରାହ୍ନ ସଂପାନ ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସତ୍ୟସାଇ ସେବା ସମିତିର ଜିଲ୍ଲା ସଭାପତି ଗୁଣନିଧି ପାତ୍ର ସ୍ୱ ।ଗତ ଭାଷଣପ୍ରଦାନପରେ ଚିନ୍ତନ ଓ ସମୟର ସୁପରିଚାଳନା ସଂପର୍କରେ ଆଲୋଚନା ରଖି ସୋନପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ରାୟଗୁରୁ ତାଙ୍କର ବକ୍ତବ୍ୟ ରେ ଅଯଥା ଚିନ୍ତା ରୁ ଦୁରେଇ ରହିବା ଦ୍ୱାରା ବୋଝ ହାଲୁକା ହୋଇଥାଏ ଏଣୁ କାମନା କୁ ସବୁ ସମୟରେ କମ କରିବା ଉପରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ମଣିଷ ଜୀବନ ଦୁର୍ଲଭ ଜନ୍ମ ଏଣୁ ଅଯଥା ସମୟର ଅପଚୟ ନକରିବା ଉପରେ ଗୁରୁତ୍ତ୍ୱ ।ରୋପ କରିଥିଲେ ପରେ ମୁଖ୍ୟବକ୍ତା ରେଭେନ୍ସା ୟୁନିଭର୍ସିଟି ର ଆଇଟି ବିଭାଗ ମୁଖ୍ୟ ଅମିୟ ରଞ୍ଜନ କାନୁନଗୋ ତାଙ୍କ ବକ୍ତବ୍ୟ ରେ ମନକୁ ଶାନ୍ତ ରଖି ଅଯଥା ରେ ଚାପଗ୍ରସ୍ତ ନକରିବା ପାଇଁ ମତରଖି ଏକାଗ୍ରତା ହିଁ ଏକ ପ୍ରମୁଖ ମାଧ୍ୟମ ବୋଲି ମତରଖି ସମୟ ହିଁ ସବୁଠାରୁ ମୂଲ୍ୟବାନ ତେଣୁ ସମୟ ଚାଲିଗଲେ ସବୁକିଛି ଚାଲିଯିବ ତେଣୁ ସମୟର ସଦବିନିଯୋଗ କରିବାପାଇଁ ଭଗବାନ ବାବାଙ୍କର ଉକ୍ତି କୁ ଉଦ୍ଧାର କରି ଥିଲେ , ମନର ସ୍ୱରୁପ କୁ ଉତ୍ସର୍ଗୀକୃତ ଭାବେ ସୁପରିଚାଳନା ଦ୍ୱାରା ହିଁ ସଫଳତା ପ୍ରାପ୍ତି ହୋଇଥାଏ ତତେଣୁ ମନ ରୂପକ ସ୍ତ୍ରୀଦ୍ୱାରା ସଂପୂର୍ଣ୍ଣ ବଶୀଭୂତ ନହୋଇ ମନ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାପାଇଁ ମତରଖି ମନହିଁ ସଫଳତା ର ମୁଖ୍ୟ ମନହିଁ ବିଫଳତା ର କାରଣ ଏଣୁ ସଦା ଜାଗ୍ରତ ରହି ମନ ରୂପକ ଦର୍ପଣକୁ ଅତି ସନ୍ତର୍ପଣରେ ସଂଚାଳନ କରିବା ନିଜ ଉପରେ ନିର୍ଭର କରିଥାଏ ବୋଲି ପ୍ରକାଶ କରି ବିପଦ ଆଶଂକା କଲେ କଇଁଛ ଯେପରି ନିଜକୁ ନିରାପଦରେ ରଖିଥାଏ ସେଭଳି କୌଶଳ ସମସ୍ତେ ଆପଣେଇ ନିଜ ମନ ଓ ଚିନ୍ତନ କୁ ସୁପରିଚାଳନା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ପରେ ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଛାତ୍ରୀଙ୍କ ସହ ମତବିନିମୟ କରି ତାଙ୍କର ବିଭିନ୍ନ ପ୍ରଶ୍ନର ସରଳ ଉତ୍ତର ରଖିଥିଲେ । ପରେ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷା ରିତାରାଣୀ ପୁଜାରୀ ଓ ସୋନପୁର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ଶୁଶ୍ରୀ ରେଣୁକା ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ଅନେକ ଉପାଦେୟ ମନ୍ତବ୍ୟ ପ୍ରତିପାଦନ କରିଥିବା ବେଳେ ଏହି ଆଲୋଚନା ଚକ୍ର କୁ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =