ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

0 114

ସୁବର୍ଣ୍ଣପୁର ,୨୨/୯- ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟକରୁଥିବା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ଶ୍ରମବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲା୍ଲପାଳ ଆଶୀର୍ବାଦ ଯୋଜନାରେ ପିତାମାତାଙ୍କୁ ହରାଇଥିବା ୨ଜଣ ଶିଶୁ ମାନସ ହରିପାଳ ଏବଂ ମାନସୀ ହରିପାଳଙ୍କୁ ୧୦୦୦ ଟଙ୍କାର ଚେକ ପ୍ରଦାନ କରିବା ସହ ଅନ୍ୟ ୪ଜଣ ଶିଶୁ ପୁଜା ମେହେର ଏଲିନା ବଘାର, ତୁଳସୀ ବେହେରା ,ଅପର୍ଣ୍ଣା ନନ୍ଦଙ୍କୁ ସ୍ୱତନ୍ତ୍ର ଯତ୍ନ ଶିଶୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହା ସହିତ ଦ୍ୱିତୀୟ କିସ୍ତିରେ ଜିଲ୍ଲାର ୩୫୫ ଜଣ ଶିଶୁଙ୍କୁ ଆଶୀର୍ବାଦ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସର୍ବମୋଟ ଏପର୍ଯ୍ୟନ୍ତ ଜିଲ୍ଲାର ୪୩୮ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ବୈଠକରେ ସିଡିପିଓ ଚତୁର୍ଭୁଜ ଦାସ ସ୍ୱାଗତ କରିବାସହ ଜିଲ୍ଲାରେ ପ୍ରତ୍ୟେକ ଶିଶୁମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ତଥା ଶିଶୁଙ୍କ ସୁରକ୍ଷା ପାଇଁ ପ୍ରଶାସନର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ବିଭାଗ ଗୁଡିକ ମଧ୍ୟରେ ଉତ୍ତମ ସଂପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁମାନଙ୍କୁ ସୁରକ୍ଷାଦେବା କୁ ବୈଠକରେ ଅତିଥି ବୃନ୍ଦ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଜିଲ୍ଲାର ଶିଶୁ ତଥା କିଶୋର ଶ୍ରମିକ ଅବସ୍ଥା ଓ ନିରାକରଣ ବିଷୟରେ ଆଲୋଚନା ହୋଇଥିଲା । ପରେ ରେଆର ସଂଗଠନର ସମ୍ପାଦକ ତଥା ଚାଇଲଡ ଲାଇନ ର୍ନିେଶକ ଅନଙ୍ଗ ନେଗୀ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ସଂଗଠନ ତରଫରୁ ଜିଲ୍ଲାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଲ କମିଟି ସଦସ୍ୟ ମଧୁସୂଦନ ପଧାନ, ଜିଲ୍ଲା ଶ୍ରମ ଅଧିକାରୀ ଡ଼ିଲେଶ୍ୱର ଖାଖା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଯୋଗଦାନ କରି ଶିଶୁ ସୁରକ୍ଷାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରାମର୍ଶଦାତା ରାକେଶ ପ୍ରଧାନ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ତଥା ଶିଶୁ ଶ୍ରମିକ ପ୍ରସଙ୍ଗରେ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସାଏ, ବିଶେଶ୍ୱର ହୋତା, ସ୍ୱାଗତ ରାଜ ମିଶ୍ର, ଯାଦବ ନାଗ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 − one =