ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ

0 129

ସୁବର୍ଣ୍ଣପୁର,୨୭/୧୨- ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୀରମହାରାଜପୁର , ଉଲୁଣ୍ଡା , ବିନିକା (ଆଂଶିକ) ସହ ବିନିକା ଏନଏସି, ଅଞ୍ଚଳରେ ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳ ଏବଂ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ବିଭିନ୍ନ ବିଭାଗରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁଦାନ ରାଶିର ଉପଯୋଗ କରି ପ୍ରକଳ୍ପ ଗୁଡିକର ସମାପନ ସହ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱାରୋପ ପାଇଁ ଯତ୍ନଶୀଳ ହେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ପୁନଶ୍ଚ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକୁ ଜନସାଧାରଣଙ୍କ ନିକଟରେ ସୁବ୍ୟବସ୍ଥିତ ଭାବେ ଉପଲବ୍ଧ କରାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟନିର୍ବାହୀ ବିଭାଗର ଅଧିକାରୀ ପ୍ରକଳ୍ପ ଗୁଡିକର ଶତପ୍ରତିଶତ ସଫଳତା ନିମନ୍ତେ ପରସ୍ପର ସହ ଯୋଗାଯୋଗ କରି ଦାୟିତ୍ୱ ସହିତ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଛନ୍ତି । ଯାହାଦ୍ୱାରା ଜନସାଧାରଣ ପ୍ରକଳ୍ପ କାର୍ଯ୍ୟକାରିତାର ସୁଫଳ ପାଇପାରିବେ । ଗ୍ରାମାଞ୍ଚଳରେ ପିଇବାପାଣି ଯୋଗାଣ ନିମନ୍ତେ ଆରଡବ୍ଲୁଏସଏସ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ଉଠା ଜଳସେଚନ ପ୍ରକଳ୍ପ ଗୁଡିକର ଶୀଘ୍ର କାର୍ଯ୍ୟଶେଷ କରିବା ତଥା ଅଚଳ ପ୍ରକଳ୍ପଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାପାଇଁ ସେ ନିର୍ଦ୍ଦେଶ ଦେବାସହ ବୈଠକରେ ବିଦ୍ୟୁତ, ଶିକ୍ଷା ,ସ୍ୱାସ୍ଥ୍ୟ , କୃଷି, ଜଳସେଚନ, ଗମନାଗମନ, ସାମାଜିକ ସୁରକ୍ଷା, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ଜଳ ଛାୟା ପ୍ରକଳ୍ପ ବିଭାଗ, ଜଙ୍ଗଲ ବିଭାଗର କାର୍ଯ୍ୟକାରିତା, ଗ୍ରାମ୍ୟ ଉନ୍ନୟନସଂସ୍ଥା ତରଫରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନାର କାର୍ଯ୍ୟକାରିତା, ବର୍ତ୍ତମାନ ଜିଲ୍ଳାରେ ଚାଲିଥିବା ଧାନ କିଣାବିକାକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବାସହ ଚାଷୀଙ୍କ ଟୋକନ ଯେପରି ଲାପ୍ସ ନହେବ ସେଥିପ୍ରତି ଆବଶ୍ୟକ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ତତ୍‌ସହିତ ଅନ୍ୟାନ୍ୟ ବିଭାଗର କାର୍ଯ୍ୟାବଳି ତଥା ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସୁବର୍ଣ୍ଣପୁର ଡୋଳାମଣି ପଟେଲ, ବୀରମହାରାଜପୁର,ଉପଜିଲ୍ଲାପାଳ ଅଶୋକ ଭୋଇ,ଯୁଗ୍ମ ନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟନ ସୁକାନ୍ତ କୁମାର ଜେନା, ବିଭିନ୍ନ ବିଭାଗର ପଦାଧିକାରୀ, ବ୍ଲକ ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 − twelve =