ସୁବର୍ଣ୍ଣପୁର,୩/୩- ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରେଆର୍ ବା ଗ୍ରାମୀଣ ସମୃଦ୍ଧି ଗବେଷଣା ପ୍ରତିଷ୍ଠାନର ୨୮ତମ ବାର୍ଷକ ସମାରୋହ ଏନଜିଓସିସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରେଆର୍ର ସଭାପତି ସଚ୍ଚିଦାନନ୍ଦ ସାହୁଙ୍କ ପୌରହିତ୍ୟ ଏବଂ ଅମ୍ବୁଜ ବିହାରୀ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ମାନସ ମନ୍ଥନ ପର୍ବରେ ଦୀର୍ଘ ୨୭ବର୍ଷ ଧରି ରେଆର୍ର ବହୁବିଧ ସାମାଜିକ କାର୍ଯ୍ୟ ଉପରେ ଆଲୋକପାତ କରାଯିବାସହ ଆଗାମୀ ଦିନର ସଂକଳ୍ପକୁ ନେଇ ପୂର୍ବାଭାସ ଦିଆଯାଇଥିଲା । ଏହି ଅବସରରେ ସାଂପ୍ରତିକୀ ପରିସ୍ଥିତିରେ ସଭ୍ୟ ସମାଜର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ବିକାଶ କର୍ମୀ, ବିମଳ ପ୍ରସାଦ ପାଣ୍ଡିଆ ଆଲୋଚନା କରି ସଭ୍ୟତାର ବିକାଶରେ ସଭ୍ୟ ସମାଜ କାର୍ଯ୍ୟକରି ଆସୁଥିବାବେଳେ ଆଗକୁ ଅଧିକ ଆହ୍ୱାନର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ । ଶେଷରେ ସାଧାରଣ ସଂପାଦକ ଅନଙ୍ଗ ନେଗୀ ବାର୍ଷିକ ବିବରଣୀ ସହ ଆର୍ଥିକ ଅଟକଳ ଉପସ୍ଥାପନ କରିଥିଲେ ।