ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍‌ ଟୋଲ ଫି ସଂଗ୍ରହ

0 229

ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲେହେଁ ସରକାର ନିଦାବିଷ୍ଣୁ ସାଜି ଚୁପରହିଛନ୍ତି । ବିଭିନ୍ନ ସମୟରେ ଏହି ଟୋଲ ଗେଟରେ ଜାଲ୍‌ ରସିଦ ଦେଇ ଦୈ÷ନିକ ହଜାର ହଜାର ଟଙ୍କାର ରାଜସ୍ୱ ଫାଙ୍କୁଥିବାର ଅଭିଯୋଗ ଥିଲେହେଁ ବିଭାଗୀୟ ଅଧିକାରୀ ମାନଙ୍କସହ ଠିକାଦାରର ମଧୁଚନ୍ଦ୍ରିକା ଯୋଗୁଁ ତାହା କେବେ ତଦନ୍ତ ପରିସରକୁ ଆସିନଥାଏ । ଏପରିକି ଟୋଲଗେଟରେ ଥିବା କର୍ମଚାରୀଙ୍କ ବେପରୁଆ ମନୋଭାବ ସହ କେଉଁ ଗାଡ଼ି ଟୋଲଦେବାପାଇଁ ଯୋଗ୍ୟ ତାହାବି ନଜାଣି ଜୋରଜବରଦସ୍ତ ଟୋଲ ଆଦାୟ କରିଥାନ୍ତି । ସେପରି ଏକ ରୋଚକ ସମ୍ବାଦ ଆଜି ହସ୍ତଗତ ହୋଇଛି । ଜଣେ ବ୍ୟାଟେରୀ ଚାଳିତ ଟେଂପୁରେ ଯିବାବେଳେ ତାଙ୍କୁ ଏକ ପୁରୁଣା ମହାନଦୀ ଟୋଲଗେଟର ରସିଦ ଦେଇ ଟୋଲଟିକସ କାଟିଛି ଏହି ସଂସ୍ଥା ଯାହାକି ସଂପୂର୍ଣ୍ଣଭାବେ ବେଆଇନ୍‌ ଅଟେ । ସତେଯେମିତି ଏପରି ଘଟଣା ଅନୁଧ୍ୟାନ କରିବାକୁ କୌଣସି ଅଧିକାରୀଙ୍କ କର୍ତ୍ତବ୍ୟ ନୁହେଁ ଏଠି ସେପରି ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଯେଉଁଥିପାଇଁ କି ସଂସ୍ଥା କର୍ମଚାରୀଙ୍କ ମନୋପଲି ବଢିଥିବା, କାର୍ଯ୍ୟ ଶୈଳୀ ଓ ବ୍ୟବହାର କଥାବାର୍ତ୍ତାରେ ମାର୍ଜିତ ରହୁନଥିବା ଦେଖାଯାଇଛି । ଏଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + one =