ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବାପାଇଁ ମିଳିତ ମଞ୍ଚର ନିବେଦନ

0 197

ସୁବର୍ଣ୍ଣପୁର, ୨୩/୯- ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ କୃଷକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନଙ୍କର ଏକ ମିଳିତ କନଭେନସନ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି କନଭେନସନରେ ଆବାହକ ଶ୍ରୀ ଗୋବିନ୍ଦ ମହାରଣା କନଭେନସନର ଉଦ୍ଦେଶ୍ୟ ଓ ସଂଯୁକ୍ତ କିଶାନ ମୋର୍ଚ୍ଚାର ଦାବୀ ସମୂହ ଉପରେ ଆଲୋକପାତ କରିବାସହ କୃଷକ ବିରୋଧୀ ତିନି କଳାକାନୁନ ଓ ବିଦ୍ୟୁତ ବିଲ.୨୦୨୦ ସହ ଏମଏସପିକୁ ଆଇନଗତ ମାନ୍ୟତା ଦାବୀର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ । ଏହି ସମ୍ବିଳନୀରେ ଜିଲ୍ଲା କୃଷକ ସଂଗଠନ ନେତା ଶ୍ରୀ ବୈକୁଣ୍ଠ ଶତପଥି, ଶ୍ରମିକ ନେତା କୁଶ ମହାକୁଡ଼, ମନୋରଞ୍ଜନ ପାଣ୍ଡେ, କୃଷ୍ଣଚନ୍ଦ୍ର କମ୍ପ, ସୀତା ମହାକୁଡ଼, ରୁନି ସେଠୀ, ପ୍ରବୀଣ କୃଷକ ନେତା ଶ୍ରୀ ନରେନ୍ଦ୍ର ପଣ୍ଡା, ବିଶେଶ୍ୱର ପୃଷ୍ଟି, ଲଛମନ ସୁନା, ରାଜେନ୍ଦ୍ର ମେହେର କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ, ବିଦ୍ୟୁତ ବିଲ.୨୦୨୦ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫୫ ସଂଶୋଧନ ଏମ ଏସ ପି କୁ ଆଇନଗତ ମାନ୍ୟତା ଦାବୀସହ ବେକାରୀଙ୍କୁ କର୍ମ ନିଯୁକ୍ତି ଓ ସୁବର୍ଣ୍ଣପୁର ଜିଲ୍ଲାକୁ ମରୁଡି ଘୋଷଣା ଏବଂ ଜିଲ୍ଲାରେ ବ୍ୟାପକ ସାର କଳାବଜାରୀ ଉପରେ ବକ୍ତବ୍ୟ ରଖିଥିଲେ । ଏହି ସମ୍ବିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ନେତୃମଣ୍ଡଳୀ ସହ ଆଇ ଏନ ଟି ୟୁ ସି, ଏ ଆଇ ଟି ୟୁ ସି ଓ ଅଲଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ, ଜିଲ୍ଲା କୃଷକ ସଂଗଠନ ଓ ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ଯୋଗଦେଇ ୨୭ ସେପ୍‌ଟେମ୍ବର ସଂଯୁକ୍ତ କିସାନ ମୋର୍ଚ୍ଚା ଡାକରାରେ ୧୨ ଘଣ୍ଟିଆ ଭାରତ ବନ୍ଦକୁ ସୁବର୍ଣ୍ଣପୁର ଜିଲ୍ଲା ରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଦେଶ ବ୍ୟାପୀ କେନ୍ଦ୍ର ସରକାରଙ୍କ କଳା କୃଷି କାନୁନ ବିରୋଧରେ ଓ ସରକାରଙ୍କ ଜ ବିରୋଧୀ ଘରୋଇକରଣ ବିରୋଦ୍ଧରେ ଦୀର୍ଘ ସ୍ଥାୟୀ ମିଳିତ ଆନ୍ଦୋଳନ ଗଢିତୋଳିବା ପାଇଁ ସର୍ବସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

three × five =