ନାଇକେନପାଲିରେ ସ୍ୱଚ୍ଛତା ପଦଯାତ୍ରା

0 70

ସୁବର୍ଣ୍ଣପୁର,୨୧/୨- ଆଜି ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସ୍ୱଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୁରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍ୱଚ୍ଛତା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରି ନାରାୟଣପୁର ଛକ ପର୍ଯ୍ୟନ୍ତ ଯାଇଥିଲା । ପଦଯାତ୍ରାରେ ସାମିଲ ଡାକ୍ତରଖାନା କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ରାସ୍ତାର ଉଭୟପାର୍ଶ୍ୱ ସହ ସାପ୍ତାହିକ ବଜାର ଓ ନାରାୟଣପୁର ଛକରେ ସଫେଇ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଦୋକାନୀମାନଙ୍କୁ ସ୍ୱାସ୍ଥ୍ୟକର୍ମୀମାନେ ସ୍ୱଚ୍ଛତା ସଂପର୍କରେ ବୁଝାଇ ନିଜର ପରିବେଶକୁ ସ୍ୱଚ୍ଛ ରଖିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଶପଥର ଡିସପ୍ଲେ ବୋର୍ଡ ସବୁ ଲଗାଯାଇଥିଲା । କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିଲେ । ଡାକ୍ତର ରାମଶଙ୍କର ତ୍ରିପାଠୀ, ଡାକ୍ତର ପୂଜାଶ୍ରୀ ମିଶ୍ର, ଫାର୍ମାସିଷ୍ଟ ପ୍ରଦୀପ ନାୟକ, ଅଞ୍ଜଳି ଛତ୍ରିଆଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀମାନେ ସକ୍ରିୟ ସାମିଲ ହୋଇଥିବାବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର, ଏକାଉଣ୍ଟ ମ୍ୟାନେଜର ସୁଜିତ ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 4 =