ଶାକମ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସୁରେଶ୍ୱରୀ

0 104

ସୁବର୍ଣ୍ଣପୁର,୭ ।୧୦– ବିଶିଷ୍ଟ ତନ୍ତ୍ରପୀଠ ସୁବର୍ଣ୍ଣପୁରରେ ବଳିଯାତ୍ରା ଆରମ୍ଭ ହେବାସହ ବିଭିନ୍ନ ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜା ମଧ୍ୟ ଆରମ୍ଭ ହୋଇଛି । ପବିତ୍ର ଆଶ୍ୱିନ ଅମାବାସ୍ୟା ଅବସରରେ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ଦେଖିବା ପାଇଁ ସୁରେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ତେବେ ଅନ୍ୟ ଦିନ ମାନଙ୍କରେ ଦେବୀଙ୍କ ମୁହଁ ନାଲି ଜରଜର ଦେଖାଯାଉଥିବା ବେଳେ ବୁଧବାର ଦେଖିବାକୁ ମିଳିଥିଲା ଶୁଭ୍ର ବର୍ଣ୍ଣା ମୁହଁ । ରୂପା ପ୍ରଭା, ରୂପା ମକୁଟ ସହ ଧଳା ବେଶଭୂଷାରେ ସଜ୍ଜିତା ହୋଇ ମା ସୁରେଶ୍ୱରୀ ଖୁବ୍‌ ସୁନ୍ଦର ଦେଖା ଯାଉଥିଲେ । ଶକଟା ବାନ୍ଧର ଧଳା ସୋନପୁରୀ ଶାଢି ପିନ୍ଧିଥିଲେ ମା । ଏହି ଦିନର ଅନ୍ୟ ଏକ ବୈଶିଷ୍ଟ ଥିଲା ଟଗର, ମଲ୍ଲୀ, ଜୁଇ ଆଦି କେବଳ ଧଳା ରଙ୍ଗର ଫୁଲରେ ମାଙ୍କୁ ସଜ୍ଜିତ କରାଯାଇଥିଲା । ବେକରେ ଝଟକୁଥିବା ସୁନା ହାର ଧବଳମୁଖୀ ବେଶର ଶୋଭାକୁ ଦ୍ୱିଗୁଣ କରିଥିଲା । ବଡି ଭୋରରୁ ଏହି ବେଶ ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏଁ ଚାଲିଥିଲା । ମାଁ ସୁରେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ଦୂର ଦୂରାନ୍ତରରୁ ଭକ୍ତମାନେ ଛୁଟି ଆସିଥିଲେ ।

hiring

ସେହିପରି ସୋନପୁର-ମନମୁଣ୍ଡା ରାସ୍ତାରେ ପୂଜା ପାଉଥିବା ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ ମା ମାଣିକେଶ୍ୱରୀ ମାତଙ୍ଗୀ ରୂପରେ ଦର୍ଶନ ଦେଇଛନ୍ତି । ଚୌହାନ ରାଜବଂଶର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜାରୀତି ଅନୁଷ୍ଠିତ ହୋଇଛି ।

hiranchal ad1
Leave A Reply

Your email address will not be published.

11 − 2 =