ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

0 88

ସୁବର୍ଣ୍ଣପୁର,୩/୧୨- ଆଜି ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ପକ୍ଷରୁ ଜିଲ୍ଲାର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ ୨୨ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଂଶୁମାଳିନୀ ପଣ୍ଡା ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଟି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସବୁପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ । ବିନିକା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ପଣ୍ଡା ଯୋଗଦେଇ ସମସ୍ତଙ୍କୁ ଆବଶ୍ୟକୀୟ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୋନପୁର ଲେପ୍ରା ସୋସାଇଟିର କୋର୍ଡିନେଟର ନୃସିଂହ ମିଶ୍ର ଯୋଗଦେଇ ସମସ୍ତ ଭିନ୍ନକ୍ଷମଙ୍କୁ ଲେପ୍ରା ସୋସାଇଟି ତରଫରୁ ନିଶୁଳ୍କରେ ଜୋତା ଯୋଗାଇ ଦେଇଥିଲେ । ସମସ୍ତ ୨୨ ଜଣ ଭିନ୍ନକ୍ଷମ ସମ୍ପୂର୍ଣ୍ଣ ଆରୋଗ୍ୟ ତେଣୁ ସେମାନେ ସମାଜରେ ତାଙ୍କର ଅଧିକାର ପାଇବାକୁ ହକଦାର । ଏହି ଦିବସରେ ସମସ୍ତ ଭିନ୍ନକ୍ଷମ ନିଜର ସାମାଜିକ, ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସାମ୍ନା କରିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

17 − one =